ସାଲେପୁର, ୨୭/୯ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି SR ବାରରେ ନକଲି ମଦ ବିକ୍ରି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ଚଢଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ । ଭଦ୍ରେଶ୍ୱର ଥାନା ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅଞ୍ଚଳର ଶରତ ଚନ୍ଦ୍ର ବାରିକ ।
ସୂଚନା ମୁତାବକ ନିଶ୍ଚିନ୍ତକୋଇଲି SR ବାର ଉପରେ କଟକ ଜିଲ୍ଲା ଅବକାରୀ ବିଭାଗର ୧୦ଜଣିଆ ଟିମ ସହ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅବକାରୀ ବିଭାଗର ମିଳିତ ଚଢଉ କରି ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏଥିସହ ୧୧ଶହ ଲିଟର ନକଲି ବିଦେଶୀ ମଦ, ୫ହଜାରରୁ ଊର୍ଦ୍ଧ୍ବ ପ୍ଲାଷ୍ଟିକ କେଫ, ୯ହଜାର ୪ଶହ ପିସିଇଏଲ ଓ ୩ଟି ସ୍କୁଟିକୁ ଜବତ କରିଥିବା ନେଇ ଜିଲ୍ଲା ଅବକାରୀ ବିଭାଗ ଏସପି ସୂଚନା ଦେଇଛନ୍ତି । ସାଲେପୁର କୋର୍ଟରେ ହାଜର ହେବା ପରେ ବେଲ ନାମଞ୍ଜୁର ହେବାରୁ ସାଲେପୁର ସବ ଜେଲକୁ ପଠେଇ ଦିଆଯାଇଛି । ଏବେ ବି SR ବାର ମାଲିକ ଫେରାର ଅଛି ।