ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ

ମୋହନା, ୧୨।୫: ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ l ଗଜପତି ଜିଲ୍ଲା ମୋହନା ଥାନା ଛତାବରୀ ନିକଟରେ ଏଭଳି ଘଟଣା ଘଟିଛି l ସମସ୍ତ ଆହତ ଗୋପାଳପୁର ଗୋଳlବନ୍ଧ ଗାଁର ବୋଲି ସୂଚନା l ରବିବାର ଗୋଟିଏ ପରିବାରର ୫ ଜଣ ଏକ କାର୍ ଯୋଗେ ଗୋଳାବନ୍ଧରୁ ବିବାହ ପ୍ରସ୍ତାବ ନେଇ ମୋହନା ଆସୁଥିଲେ l ଛତାବରୀ ନିକଟରେ ଏକ ଗଛ ମୂଳେ କାର ରଖି କାର୍ ବାହାରକୁ ଆସିଥିଲେ l 

ତେବେ ଅଚାନକ ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା l ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.