ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

୫ଜି ସ୍ପେକ୍ଟ୍ରମ ନିଲାମ ଆରମ୍ଭ, ଭାଗ ନେଇଛନ୍ତି ଦେଶର ୩ ବଡ଼ ଟେଲିକମ୍ କମ୍ପାନି

ନୂଆଦିଲ୍ଲୀ, ୨୬।୬: ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ଦେଶର ୩ ବଡ଼ ଟେଲିକମ କମ୍ପାନି ଏଥିରେ ଭାଗ ନେଇଛନ୍ତି । ପ୍ରଥମ ଦିନ ଟେଲିକମ୍‌ ଅପରେଟରମାନେ ୪ ସ୍ପେକ୍ଟ୍ରମ ବ୍ୟାଣ୍ଡ ଯଥା ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧ ମେଗାହର୍ଜ ଏବଂ ୨୫୦୦ ମେଗାହର୍ଜ କ୍ରୟ ନେଇ ରୁଚି ଦେଖାଇଥିଲେ । ଏହି ନିଲାମୀରେ ମୋଟ ୧୦,୫୨୨ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ । ଟେଲିକମ ବିଭାଗ (ଡଟ୍‌) ପକ୍ଷରୁ ଅନ୍‌ଲାଇନ ନିଲାମୀ ପ୍ରକ୍ରିୟା ସମ୍ପନ୍ନ ହେଉଛି । ଏହି ନିଲାମୀରୁ ୧୦ ହଜାର କୋଟି ପାଇବାକୁ ସରକାର ଆଶା ରଖିଛନ୍ତି । ନିକଟରେ ଆଇଆଇଏଫ୍‌ଏଲ୍‌ର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସ୍ପେକ୍ଟ୍ରମ ଚାହିଦା କମ୍‌ ଥିବା ବେଳେ ବଜାର ଲିଡର ରିଲାଏନ୍ସ ଜିଓ ଏଥର ଏତେଟା ସ୍ପେକ୍ଟ୍ରମ କିଣୁ ନ ଥିବାରୁ ନିଲାମୀ ଆଖିଦୃଶିଆ ହୋଇ ନ ପାରେ । ଟେଲିକମ ସେବା ଲାଗି ସରକାର ୮ ସ୍ପ୍ରେକ୍ଟ୍ରମ ବ୍ୟାଣ୍ଡକୁ ନିଲାମୀ ଲାଗି ରଖିଛନ୍ତି । ଏଥିରେ ୮୦୦ ମେଗାହର୍ଜ, ୯୦୦, ୧୮୦୦, ୨୧୦୦, ୨୩୦୦, ୨୫୦୦, ୩୩୦୦ ମେଗାହର୍ଜ ସମେତ ୨୬ ଗିଗାହର୍ଜ ବ୍ୟାଣ୍ଡ ସାମିଲ ରହିଛି । 

ନିଲାମୀ ଲାଗି ଉପଲବ୍ଧ ରହିଥିବା ସ୍ପେକ୍ଟ୍ରମର ବେସ୍‌ ପ୍ରାଇସ ୯୬,୩୧୭.୬୫ କୋଟି ଟଙ୍କା ରହିଛି । ଏଥିରେ ଦେବାଳିଆ ହୋଇଯାଇଥିବା କମ୍ପାନିଗୁଡିକ ନିକଟରେ ଥିବା ସ୍ପେକ୍ଟ୍ରମ ବାଦ୍‌ ୨୦୨୪ ଅବଧିରେ ଶେଷ ହେଉଥିବା ସ୍ପେକ୍ଟ୍ରମ ଲାଇସେନ୍ସକୁ ମଧ୍ୟ ନିଲାମ ଲାଗି ସାମିଲ କରାଯିବ । ସ୍ପେକ୍ଟ୍ରମ ନିଲାମୀ ଲାଗି ଜିଓ ୩ ହଜାର କୋଟି ଟଙ୍କାର ରାଶି ଜମା କରିଛି । ଯାହା ଏୟାରଟେଲର ୩ ଏବଂ ଭୋଡାଫୋନ ତୁଳନାରେ ପ୍ରାୟ ୧୦ ଗୁଣା ଅଧିକ । ଏୟାରଟେଲ ୧୦୫୦ କୋଟି ଏବଂ ଭୋଡାଫୋନ ୩୦୦ କୋଟି ରାଶି ଜମା କରିଥିବା ଡଟ୍‌ ପକ୍ଷରୁ କୁହାଯାଇଛି । ୨୦୨୨ରେ ହୋଇଥିବା ନିଲାମୀରେ ଜିଓ ୮୮,୦୭୮ କୋଟି ଟଙ୍କା ସ୍ପେକ୍ଟ୍ରମ ଲାଗି ଖର୍ଚ୍ଚ କରିଥିଲା । ଏ ଅବଧିରେ ଏୟାରଟେଲ ୪୩,୦୮୪ କୋଟି ଏବଂ ଭୋଡାଫୋନ ଆଇଡିଆ ୧୮,୯୭୭ କୋଟି ଟଙ୍କା ବିନିଯୋଗ କରିଥିଲା । ଏ ଅବଧିରେ ସରକାର ୨୦ ବର୍ଷ ଲାଗି ୭୨,୦୯୭ ମେଗାହର୍ଜ ସ୍ପେକ୍ଟ୍ରମ ଅଫର କରିଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.