ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କାର୍‌ ପାଇଁ ୬ ଏୟାର୍‌ବ୍ୟାଗ୍‌ ବାଧ୍ୟତାମୂଳକ ହେବନି: ଗଡ଼କରୀ

ନୂଆଦିଲ୍ଲୀ,୧୪/୦୯: କାର୍‌ଗୁଡିକରେ ୬ ଏୟାର୍‌ବ୍ୟାଗ୍‌କୁ ସରକାର ବାଧ୍ୟତାମୂଳକ କରିବେ ନାହିଁ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହା ସ୍ପଷ୍ଟ କରିଛନ୍ତି । 

ସୂଚନାଯୋଗ୍ୟ,  ସରକାର ଗତବର୍ଷ କାରରେ ଲୋକଙ୍କ ସୁରକ୍ଷା ବଢ଼ାଇବା  ପାଇଁ ଅକ୍ଟୋବର ୧ରୁ ପ୍ରତ୍ୟେକ ଭାରିଆଣ୍ଟରେ ୬ଟି ଏୟାର୍‌ବ୍ୟାଗ୍‌କୁ ବାଧ୍ୟତାମୂଳକ କରିବା ଲାଗି ଏକ ପ୍ରସ୍ତାବ  ରଖିଥିଲେ । ଗଡକରୀ କହିଛନ୍ତି ଯେ, ଆଜିର ବଜାରରେ ୬  ଏୟାର୍‌ବ୍ୟାଗ୍‌ର ଆବଶ୍ୟକତା ଢ଼େର୍‌ ରହିଛି । କମ୍ପାନିଗୁଡ଼ିକୁ  ପ୍ରତିଯୋଗିତା ମଧ୍ୟରେ ତିଷ୍ଠି ରହିବା ପାଇଁ ୬ଟି ଏୟାର୍‌ବ୍ୟାଗ୍‌  ଦେବାକୁ ପଡ଼ିବ । ଯେଉଁ କମ୍ପାନି ଏହା କରିବେ ନାହିଁ  ସେମାନଙ୍କ ବିକ୍ରି ପ୍ରଭାବିତ ହେବ । 

ବୁଧବାର ଦିଲ୍ଲୀରେ  ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଗଡକରୀ କହିଛନ୍ତି  ଯେ, କେତେକ କମ୍ପାନି ଏବେ ନିଜେ ୬ଟି ଏୟାର୍‌ବ୍ୟାଗ୍‌ ଦେଉଛନ୍ତି । ଆମେ କାର ପାଇଁ ୬ ଏୟାର୍‌ବ୍ୟାଗ୍‌ ନିୟମକୁ ବାଧ୍ୟତାମୂଳକ କରିବାକୁ ଚାହୁଁନା । ଦେଶରେ ଚାଲୁଥିବା  କାର କେତେ ସୁରକ୍ଷିତ ତାହାକୁ ଏବେ ଭାରତୀୟ ଏଜେନ୍ସି  ନିର୍ଦ୍ଧାରଣ କରିବେ । 

ଏଥିପାଇଁ ଭାରତୀୟ ଏଜେନ୍ସି ଭାରତ  ନ୍ୟୁ କାର ଆସେସ୍‌ମେଣ୍ଟ ପ୍ରୋଗ୍ରାମ(ଭାରତ ଏନ୍‌ସିଏପି  ବା ବିଏନ୍‌ସିଏପି)କୁ ଅଗଷ୍ଟ ୧ରୁ ଲଞ୍ଚ୍‌ କରାଯାଇଛି । ଏହା  ଅକ୍ଟୋବର ୧ରୁ ସେଫ୍ଟି ରେଟିଂ ଦେବ । ପୂର୍ବରୁ ଦୁଇଟି ବିଦେଶୀ  ଏଜେନ୍ସି ଭାରତୀୟ କାରଗୁଡ଼ିକୁ ସେଫ୍‌ଟି ରେଟିଂ ଦେଉଥିଲେ ।  କାରଗୁଡ଼ିକୁ ୦ରୁ ୫ ଷ୍ଟାର୍‌ ପର୍ଯ୍ୟନ୍ତ ରେଟିଂ ଦିଆଯାଇଥାଏ । ୦  ଅର୍ଥାତ୍‌ ବିପଦ ଏବଂ ୫ ଅର୍ଥାତ୍‌ ସମ୍ପୂର୍ଣ୍ଣ ନିରାପଦ ।

Copyright © 2022 - Summa Real Media Private Limited. All Rights Reserved.