ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ନକଲି ଆର୍‌ଟିଆଇ ତଥ୍ୟ ଉପସ୍ଥାପନ ଅଭିଯୋଗ: ୩ ସୂଚନା ଅଧିକାର କର୍ମୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୦୪/୦୪: ୫-ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ପର୍କରେ ନକଲି ଆର୍‌ଟିଆଇ ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ କମିଶନରେଟ୍‌ ପୁଲିସ ୩ ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏନେଇ ପୁଲିସ କମିଶନର ସଞ୍ଜିବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  କମିଶନରେଟ୍‌ ପୁଲିସ ପକ୍ଷରୁ ସେଭଳି  କୌଣସି ଦଲିଲ୍‌ ଦିଆଯାଇନି । ଯେଉଁ  ସୂଚନା ଅଧିକାର କର୍ମୀମାନେ ଏଭଳି  ନକଲି ତଥ୍ୟ ଆଧାରରେ ୫-ଟି ଅଧ୍ୟକ୍ଷଙ୍କ  ବିରୋଧରେ ଅଭିଯୋଗ ଆଣିଛନ୍ତି,  ସେମାନଙ୍କ ନାଁରେ ସହିଦନଗର ଥାନାରେ  କେସ ନଂ.୧୯୩/୨୪ ରୁଜୁ ହୋଇଛି ।  

ଅଭିଯୁକ୍ତମାନେ ହେଲେ ସୂଚନା  ଅଧିକାର କର୍ମୀ ପ୍ରଦୀପ ପ୍ରଧାନ,  ପ୍ରକାଶ ଦାସ ଓ ଶ୍ରୀକାନ୍ତ ପାକଳ ।  ସେମାନଙ୍କ ବିରୋଧରେ ଆଇପିସି ଦଫା ୪୧୯(ଛଦ୍ମବେଶରେ ଠକେଇ),  ୪୨୦(ଠକେଇ), ୪୬୫(ଜାଲିଆତି),  ୪୬୮(ଠକେଇ ଉଦ୍ଦେଶ୍ୟରେ  ଜାଲିଆତି), ୪୬୯(ଖ୍ୟାତି ହାନି  ଉଦ୍ଦେଶ୍ୟରେ ଜାଲିଆତି), ୪୭୧(ଜାଲ୍‌  ଦଲିଲ୍‌କୁ ଅସଲି ଦର୍ଶାଇବା), ୫୦୫(୧) (ଏ)(ବି) ଓ ୩୪(ଏକାଧିକ ବ୍ୟକ୍ତିଙ୍କ  ସମ୍ପୃକ୍ତି) ଲଗାଯାଇଛି । ଏହାସହ ଆଇଟି  ଆକ୍ଟର ସେକ୍ସନ ୬୬(ଡି) ମଧ୍ୟ  ଯୋଡ଼ାଯାଇଛି । ମାମଲାର ତଦନ୍ତ ଚାଲିଛି ।  ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସୂଚନାଯୋଗ୍ୟ, ଗତ ଶୁକ୍ରବାର  ରାଜ୍ୟ ସୂଚନା ଅଧିକାର ଅଭିଯାନ(ଓସା)  ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ନିମନ୍ତେ ୭୪ଜଣ ପୁଲିସ କର୍ମଚାରୀଙ୍କ ସହ ଗୋଟିଏ ଗାଡ଼ି ମଧ୍ୟ ଗୃହ ବିଭାଗ ଯୋଗାଇଥିବା ନେଇ ୩ ଅଭିଯୁକ୍ତ  ସମ୍ମିଳନୀରେ ତଥ୍ୟ ରଖିଥିଲେ । କମିଶନରେଟ୍‌ ପୁଲିସର ରିଜର୍ଭ  ବାଟାଲିୟନ କାର୍ଯ୍ୟାଳୟରୁ ଏହି ତଥ୍ୟ ମିଳିଥିବା ସେମାନେ ଦର୍ଶାଇଥିଲେ । କିନ୍ତୁ ଖୋଦ୍‌ ରିଜର୍ଭ ଇନ୍ସପେକ୍ଟର (ଆରଆଇ)  ଭଗବାନ ପାଣିଗ୍ରାହୀ ଏହାକୁ ଖଣ୍ଡନ କରିଛନ୍ତି । ଗତ ୧ ତାରିଖରେ ଏନେଇ ଶ୍ରୀ ପାଣିଗ୍ରାହୀ ସହିଦନଗର ଥାନାରେ  ଏତଲା ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.