ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ୮ ଅତିଥି, ଆକର୍ଷଣ ବଢ଼ାଇବେ କୃଷ୍ଣସାର

ସମ୍ବଲପୁର, ୬।୧୨: ସମ୍ବଲପୁର ଚିଡ଼ିଆଖାନାର ଆକର୍ଷଣ ସାଜିବେ ନୂଆ ଅତିଥି । ଶୋଭା ବଢ଼ାଇବେ ବିରଳ ପ୍ରଜାତି କୃଷ୍ଣସାର । ସୋମବାର ରାତିରେ ଆସିଛନ୍ତି ବିରଳ ପ୍ରଜାତିର କୃଷ୍ଣସାର ମୃଗ । ନନ୍ଦନକାନନରୁ ଏମାନଙ୍କୁ ଅଣାଯାଇଛି । ୪ ଯୋଡ଼ା ମାଈ ଓ ଅଣ୍ଡିରା ପ୍ରଜାତିର କୃଷ୍ଣସାର ସମ୍ବଲପୁର ଚିଡ଼ିଆଖାନାକୁ ଆସିଛନ୍ତି । ଏହା ବଦଳରେ ୭ଟି ଚଉସିଙ୍ଗା ସମ୍ବଲପୁର ଚିଡ଼ିଆଖାନାରୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ । ସମ୍ବଲପୁର ଚିଡ଼ିଆଖାନାର ନାଁ ପରିବର୍ତ୍ତନ ପରେ ଏବେ ଏହାକୁ ନବେକଳବର କରାଯାଉଛି । 

ସମ୍ବଲପୁର ମୋତିଝରଣ ପାହାଡ଼ରେ ଥିବା ଡିଅର୍‌ ପାର୍କକୁ ବଦଳାଇ ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର’ ନାଁ ରଖାଯାଇଛି । ରାଜ୍ୟ ସରକାର ଓ ବନ୍ୟପ୍ରାଣୀ ବିଭାଗ ମୁଖ୍ୟାଳୟର ଅନୁମତି ପରେ ନନ୍ଦନକାନନରୁ ଆସିଛନ୍ତି ୮ କୃଷ୍ଣସାର । ଆସିବା ପରେ ଗୋଟିଏ ମାସ ପାଇଁ ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଆସନ୍ତା ନୂଆବର୍ଷ ଠାରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ପାଇବେ । ସାଧାରଣତଃ ଗଞ୍ଜାମ ଅଞ୍ଚଳରେ ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗ ଦେଖାଦେଇଥାନ୍ତି । ଯାହାକି ଭାରତବର୍ଷରେ ମଧ୍ୟ ବିରଳ । ତେଣୁ ସମ୍ବଲପୁର ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହାକୁ ଅଣାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.