ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନ ଅଧିକୃତ ଗିଲଗିଟ୍ ବାଲତିସ୍ତାନରେ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ

ପେଶାୱାର, ୦୩/୧୨: ଶନିବାର ପାକିସ୍ତାନ ଅଧିକୃତ ଗିଲଗିଟ୍ ବାଲତିସ୍ତାନରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏକ ଯାତ୍ରୀବାହୀ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କୀ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ଗିଲଗିଟରୁ ରାୱାଲପିଣ୍ଡି ଅଭମୁଖେ ଯାଉଥିବା ବେଳେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ଶନିବାର ସନ୍ଧ୍ୟା ସ୍ଥାନୀୟ ସମୟ ୬ଟା ୩୦ରେ ଆତଙ୍କବାଦୀ ମାନେ ବସ୍ ଉପରକୁ ଫାୟାରିଂ କରିଥିବା ଜଣାପଡ଼ିଛି ।

ଆତଙ୍କବାଦୀ ଆକ୍ରମଣ ପରେ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଚାଳକ । ଫଳରେ ବସିଟି ବିପରୀତ ଦିଗରୁ ଆସୁଥିବା ଏକ୍ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଡେପୁଟି କମିଶନର ଚିଲ୍ଲାସ ଆରିଫ୍ ଅହମଦ ସୂଚନା ଦେଇଛନ୍ତି । ଆହତ ୨୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବସରେ ଥିବା ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବସରେ ଥିବା ଅଧିକାଂଶ ଯାତ୍ରୀ କୋହିସ୍ତାନ, ପେଶାୱାର, ଘିଜର, ଚିଲ୍ଲାସ, ରୋଉନ୍ଦୁ, ସ୍କାର୍ଡୁ, ମାନଶେରା ଓ ସ୍ୱାବି ଅଞ୍ଚଳର । ଆକ୍ରମଣ ପରେ ଆତଙ୍କବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଆତଙ୍କବାଦୀ ଆକ୍ରମଣ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଆକ୍ରମଣ ନେଇ ଏଯାଏଁ କେହି ନିଜକୁ ଦାୟୀ କରି ନାହାନ୍ତି । ଏହା ପୂର୍ବରୁ ୨୦୧୩ରେ ଗିଲଗିଟ୍ ବାଲତିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ବିଦେଶୀ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.