ଭୁବନେଶ୍ବର, ୨୬।୮ : ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ୫୦ କେଜି ସୁନା ଓ ୨ କ୍ବିଣ୍ଟାଲ ରୂପା ଜବତ ହୋଇଛି। ଦୁଇଟି କଣ୍ଟେନର ଭିତରୁ ସୁନା ଏବଂ ରୂପା ସିଟି ଜିଏସଟି ବିଭାଗ ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ।
ମୁମ୍ବାଇରୁ ଭୁବନେଶ୍ବରକୁ ସୁନା ଓ ରୂପା ଆସିଥିଲା । ଏହାକୁ ୨ଟି କଣ୍ଟେନରରେ ଚାଲାଣ କରାଯାଉଥିଲା। ଖବର ପାଇ ସିଟି ଜିଏସଟି ବିଭାଗ ଅଧିକାରୀମାନେ ଚଢାଉ କରି ସୁନା ଓ ରୂପାକୁ ଜବତ କରିଛନ୍ତି। ଏଥିସହ ଚାରି ଜଣକୁ ଅଟକ ରଖି ଅଧିକାରୀମାନେ ପଚରାଉଚରା କରୁଛନ୍ତି। ତେବେ ଏତେ ପରିମାଣର ସୁନା ଓ ରୂପା କାହାର ତାହା ସ୍ପଷ୍ଟ ହୋଇନାହିଁ।