ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୁଲ ଛୁଟି ପାଇଁ ଜୁନିଅରକୁ ମାରିଦେଲା ଅଷ୍ଟମ ଶ୍ରେଣୀ ଛାତ୍ର, ଚକୋଲେଟ୍ ଲୋଭ ଦେଖାଇ ମୁଣ୍ଡକୁ ପଥରରେ ଛେଚି ଦେଲା

ପୁରୁଲିଆ,୬।୨: ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମନାକୁ ବସିଛି। ଜିଲ୍ଲାର ଏକ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ନିଜ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଦେଇଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଛାତ୍ରଜଣକ ଏଥିପାଇଁ ପିଲାଟିକୁ ମାରିଦେଇଛି, ସେ ଚାହୁଁଥିଲା ସ୍କୁଲ ଦିନକ ପାଇଁ ଛୁଟି ହେଉ। ପୋଲିସକୁ ଏନେଇ ସୂଚନା ଦେଇଛି। ପୋଲିସ ଯେତେବେଳେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତାକୁ ପଚରା ଉଚରା କରିଥିଲା ସେ କାନ୍ଦି କାନ୍ଦି ନିଜର ଭୁଲ ସ୍ବୀକାର କରିଥିଲା।ସେ କହିଥିଲା ଦିନକ ପାଇଁ ସ୍କୁଲ ଛୁଟି କରିବାକୁ ସେ ଏଭଳି କରିଛି।

ଅଭିଯୁକ୍ତ ଛାତ୍ରକୁ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଛି, ଯେଉଁଠାରୁ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ପୁରୁଲିଆ ଏସପି ଅଭିଜିତ ବନାର୍ଜୀ କହିଛନ୍ତି, ଅଭିଯୁକ୍ତ ଛାତ୍ରକୁ ପଚରା ଉଚରା ବେଳେ କହିଛି ସେ ଘରକୁ ଯିବାକୁ ଚାହୁଁଥିଲା। ତେଣୁ ସେ ଭାବିଲା କେହି ମରିଗଲେ କିମ୍ବା କିଛି ବଡ ଘଟଣା ଘଟିଲେ ସ୍କୁଲ ଛୁଟି ହୋଇଯିବ।  ତେଣୁ ସେ ୬ ବର୍ଷର ପ୍ରଥମ ଶ୍ରେଣୀର ଛାତ୍ରକୁ ହତ୍ୟା କରିଦେଇଥିଲା। ଆମେ ତା’ର ବୟାନର ଭେରିଫିକେସନ୍ କରୁଛୁ।’ ସ୍କୁଲର ଛାତ୍ରର ଏଭଳି ଜଣେ ଛାତ୍ରକୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଆମେ ଚକିତ ବୋଲି କହିଛି ପୋଲିସ। 

ପୋଲିସର କହିବା ଅନୁସାରେ, ମୃତ ଶିଶୁର ଲାଶ ଏକ ପୋଖରୀ କୂଳରେ ମିଳିଥିଲା। ଏହି ପୋଖରୀ ଶାରଦା ଶିଶୁ ମନ୍ଦିର ସ୍କୁଲ ପାଖରେ ରହିଛି। ଏହାର ପର ଦିନ ପିଲାଟିର ବାପା ପୋଲିସ ନିକଟରେ ଏଫ୍‌ଆଇଆର ରୁଜୁ କରି ସ୍କୁଲ ପ୍ରଶାସନ ଉପରେ ଅବହେଳା ଅଭିଯୋଗ ଆଣିଥିଲେ। ଶିଶୁଟିର ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା ହୋଇଛି ଯେ, ତା’ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏହାପରେ ଯେତେବେଳେ ପୋଲିସ ଯାଞ୍ଚ କରିଥିଲା, ଜଣାପଡିଥିଲା ଯେ, ପିଲାଟିକୁ ସ୍କୁଲର ଜଣେ ସିନିଅର ହତ୍ୟା କରିଛି। ଏହାପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ପୋଲିସ ପଚରା ଉଚରା କରିବା ପରେ ସେ ନିଜର ଅପରାଧ ସ୍ବୀକାର କରିଥିଲା। ସେ କହିଥିଲା, ଚକୋଲେଟ୍ ଲୋଭ ଦେଖାଇ ସେ ପିଲାଟିକୁ ପୋଖରୀ ପାଖକୁ ନେଇଯାଇଥିଲା। ସେଠାରେ କେହି ନଥିବାର ଦେଖି ପିଲାଟିର ମୁଣ୍ଡକୁ ପଥରରେ ଛେଚି ମାରି ଦେଇଥିଲା।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.