ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଲଜ୍ଜାଜନକ ଘଟଣା ଘଟିଛି । ରାଜଧାନୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁର ତଣ୍ଟି କାଟି ବିଭତ୍ସ ହତ୍ୟା କରାଯାଇଛି।
ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା କେଳା ବସ୍ତିରେ ଏହି ଅମାନବୀୟ ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ପେଶାଲ ସ୍କ୍ଵାଡ୍ ଓ ଏୟାର ଫିଲ୍ଡ ଥାନା ପୋଲିସ ଛାନଭିନ୍ ଜାରି ରଖିଛନ୍ତି ।