ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ସ୍କୁଲ୍ ଗାଡ଼ିରୁ ପଡ଼ି ଛାତ୍ରୀଙ୍କ ମୁଣ୍ଡ ଫାଟିଲା, ଅନ୍ୟ ଜଣେ ଆହତ

ଚାନ୍ଦବାଲି, ୧୩।୯: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଞ୍ଚପଡ଼ାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାସ୍ତାରେ ଯାଉଥିବା ସୋଫିଆ ଇଂରାଜୀ ମିଡିୟମ୍ ସ୍କୁଲ ଗାଡ଼ିରୁ ଦୁଇ ଜଣ ପିଲା ଖସି ପଡ଼ିଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟ ଜଣେ ଛାତ୍ରୀଙ୍କର ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କର ମୁଣ୍ଡ ଫାଟି ରକ୍ତ ବାହାରୁଥିବା ଦେଖି ତାଙ୍କୁ ତୁରନ୍ତ ଚାନ୍ଦବାଲି ମେଡିକାଲକୁ ନେଇ ଚିକିତ୍ସା କରି ଘରକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ସୋଫିଆ ଇଂରାଜୀ ମିଡିୟମ୍ ସ୍କୁଲ ଗାଡ଼ି ପିଲାମାନଙ୍କୁ ନେଇ ଘରକୁ ଛାଡ଼ିବାକୁ ଯାଉଥିଲା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଏବଂ ଗାଡ଼ିର ପଛ ଡୋର୍ ଲକ୍ ଖରାପ ଥିବାରୁ ଗାଡ଼ି ଚାଲୁଥିବା ସମୟରେ ଚାନ୍ଦବାଲି ବ୍ଲକ୍ ସମ୍ମୁଖ ରାସ୍ତାରେ ୨ଟି ସ୍କୁଲ ପିଲା ଗାଡ଼ିରୁ ତଳକୁ ଖସି ପଡ଼ିଥିଲେ l ତେବେ ପଛରୁ କୌଣସି ଗାଡ଼ି ଆସୁନଥିବାରୁ ଏକ ବଡ଼ ବିପଦରୁ ପିଲାମାନେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି l ଏ ବାବଦରେ ସୋଫିଆ ଇଂରାଜୀ ବିଦ୍ୟାଳୟର ଚେୟାରମ୍ୟାନ୍ ରଞ୍ଜନ ଦାସ୍ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ ଉକ୍ତ ଗାଡ଼ିଟିର ଫିଟନେସ୍ ନଥିବା ପ୍ରକାଶ କରିଛନ୍ତି । ଗାଡିଟି ଫିଟନେସ୍ ପାଇଁ ଯାଇଥିବା ବେଳେ RTO ରିଜେକ୍ଟ କରିଥିବା କଥା କହିଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରଣୟ ନାୟକ ପ୍ରକାଶ କରିଛନ୍ତି l ତେବେ ସରକାରୀ ନିୟମକୁ ଫୁ କରି ଭଙ୍ଗା ଦଦରା ଗାଡ଼ିରେ କୋମଳମତି ଶିଶୁଙ୍କୁ ବୋହୁଥିବା ସ୍କୁଲ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି l

school vehicle collision

Copyright © 2022 - Summa Real Media Private Limited. All Rights Reserved.