ବାରିପଦା, ୦୫/୦୯ : ପାରିବାରିକ କଳହର କରୁଣ ପରିଣତି, ଆତ୍ମହତ୍ୟା କଲେ ଯୁବକ। ବାରିପଦା ପୌରପରିଷଦ ଅନ୍ତର୍ଗତ ମଧୁବନ ବଗିଚା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ନାମ ଛତିଶ ପାତ୍ର ବୋଲି ଜଣାପଡ଼ିଛି l
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶବର ପଞ୍ଚନାମା କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରିଛି l ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲକୁ ପଠା ଯାଇଛି l