ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିଶ୍ୱ ଚାମ୍ପିଅନ୍ ମାନବ ପାଇଲଟଙ୍କୁ ପ୍ରଥମଥର ପାଇଁ ହରାଇଲା AI ପରିଚାଳିତ ଡ୍ରୋନ୍

ନୂଆଦିଲ୍ଲୀ, ୦୨/୦୯: ଟେକ୍ନୋଲୋଜି କ୍ଷେତ୍ରରେ ବିପ୍ଲବ ଆଣିଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବିଭିନ୍ନ କ୍ଷେତ୍ରରେ ତାର ଦବଦବା ଜାହିର୍ କରୁଛି । ବିଶେଷକରି ମଣିଷ ଯେଉଁ କାମ କରିବାକୁ ଘଣ୍ଟା ଘଣ୍ଟା ନେଉଛି, ସେହି କାମକୁ ଏଆଇ ମାତ୍ର କେଇ ସେକେଣ୍ଡରେ ସମ୍ପାଦନ କରି ପାରୁଛି । 

ଆଉ ଏବେ ଏଆଇ ବିଶ୍ୱ ଚାମ୍ପିଅନ୍ ହୋଇଥିବା ତିନି ତିନି ଜଣ ଡ୍ରୋନ୍ ପାଇଲଟଙ୍କୁ ହରାଇ ଦେଇଛନ୍ତି । ନିକଟରେ ପ୍ରଥମଥର ପାଇଁ ସ୍ପିଡ୍ ରେସିଂ ପ୍ରତିଯୋଗିତାରେ ମନ୍ୟୁଷ ଦ୍ୱାରା ପିରଚାଳିତ ଡ୍ରୋନକୁ ହରାଇଛି ଏଆଇ ଦ୍ୱାରା ପରିଚାଳିତ ଡ୍ରୋନ୍ ।

ମଣିପୁରରେ ଔଷଧ ଓ ରାସନ ସାମଗ୍ରୀର ଅଭାବ, ଆକାଶ ମାର୍ଗରୁ ଜରୁରୀ ସାମଗ୍ରୀ ପକାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦ ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜୁରିଚ୍ ବିଶ୍ୱବିଦ୍ୟାଳୟର ଗବେଷଣାକାରୀ ବିକଶିତ କରିଥିବା ଏଆଇ ସ୍ୱିଫ୍ଟ ବିଶ୍ୱ ଚାମ୍ପିଅନଙ୍କ ଠାରୁ ୨୫ଟି ରେସରୁ ୧୫ଟିରେ ବିଜୟୀ ହୋଇଛି । ଆଉ ଗୋଟିଏ ରେସରେ ଏଆଇ ପରିଚାଳିତ ଡ୍ରୋନର ଗତି ଘଣ୍ଟାପ୍ରତି ୮୦ କିଲୋମିଟର ରେକର୍ଡ କରାଯାଇଛି । 

ଏଆଇ୍ ସ୍ୱିଫ୍ଟକୁ ବିକଶିତ କରିଥିବା ଗବେଷଣାକାରୀ କହିଛନ୍ତି, ପ୍ରଥମଥର ଲାଗି ଏଆଇ ପରିଚାଳିତ ଡ୍ରୋନ୍ ଚାମ୍ପିଅନ୍ ହୋଇଥିବା ମଣିଷକୁ ହରାଇଛି । ପ୍ରତିଯୋଗିତା ପୂର୍ବରୁ ୩ ଜଣ ପାଇଲଟ୍ ଗୋଟିଏ ସପ୍ତାହ ଧରି ଅଭ୍ୟାସ୍ କରିଥିଲେ । ଯେତେବେଳେ କି ଏଆଇ ସ୍ୱିଫ୍ଟ ସିମୁଲେଟର ମାଧ୍ୟମରେ ଡ୍ରୋନ୍ ଉଡ଼ାଇବା ପ୍ରଶିକ୍ଷଣ ନେଇ ବିଶ୍ୱ ଚାମ୍ପିଅନ୍ ଡ୍ରୋନ୍ ପାଇଲଟଙ୍କୁ ଚ୍ୟାଲେଞ୍ଜ ଦେଇଛି । 

ସୂର୍ଯ୍ୟ ଅଭିମୁଖେ ଇସ୍ରୋର ଆଦିତ୍ୟ ଏଲ-୧, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିବ ୧୨୫ ଦିନ

ସ୍ୱିଫ୍ଟରେ ଡିପ୍ ରିଇନଫୋର୍ସମେଣ୍ଟ ଟେକନିକର ବ୍ୟବହାର କରାଯାଇଛି । ଟ୍ରେନିଂ ସମୟରେ ଏଆଇ ପରିଚାଳିତ ଡ୍ରୋନ୍ ବାରମ୍ବାର କ୍ରାସ୍ ହୋଇଥିଲା । ଏବେ ବିଶ୍ୱ ଚାମ୍ପିଅନ୍ ଡ୍ରୋନ୍ ପାଇଲଟଙ୍କୁ ଟକ୍କର ଦେବାରେ ସକ୍ଷମ ହୋଇଛି ।

ନିକଟରେ ହୋଇଥିବା ରେସରେ ସ୍ୱିଫ୍ଟ ସହ ୩ ଜଣ ଚାମ୍ପିଅନ୍ ଡ୍ରୋନ୍ ପାଇଲଟ୍ ଥୋମାସ ବିଟମଟ୍ଟା, ମାର୍ଭିନ୍ ସ୍ଚାପର ଏବଂ ଆଲେକ୍ସ ଭାନୋଭର ସାମିଲ୍ ହୋଇଥିଲେ । 

Drone
Artificial Intelligence

Copyright © 2022 - Summa Real Media Private Limited. All Rights Reserved.