ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପରବର୍ତ୍ତୀ ମହାମାରୀ ପୂର୍ବରୁ ଚେତାବନୀ ଦେବ ଏଆଇ, ବିପଦପୂର୍ଣ୍ଣ ଭାଇରସ୍‌ ଚିହ୍ନଟ କରିବ ନୂଆ ପଦ୍ଧତି

ନୂଆଦିଲ୍ଲୀ ୧୨/୦୯: ବୈଜ୍ଞାନିକମାନେ ଏଭଳି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସିଷ୍ଟମ୍‌ର ବିକାଶ କରିଛନ୍ତି, ଯାହା ପରବର୍ତ୍ତୀ ମହାମାରୀ ପୂର୍ବରୁ ଚେତାବନୀ ଦେବ । ଏହା ବିପଦପୂର୍ଣ୍ଣ ଭାଇରସ୍‌ ଚିହ୍ନଟ କରିବ, ଫଳରେ ମହାମାରୀକୁ ରୋକିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଭାରିଆଣ୍ଟ୍‌ ଅଫ୍‌ କନ୍‌ସର୍ନ ଅର୍ଥାତ୍‌ ଦ୍ରୁତ ବେଗରେ ବ୍ୟାପୁଥିବା ବିପଦପୂର୍ଣ୍ଣ ଭାଇରସ୍‌ ଗମ୍ଭୀର ଲକ୍ଷଣ ପ୍ରଦର୍ଶନ କରନ୍ତି ଏବଂ ଆଣ୍ଟିବଡିକୁ ଚକ୍‌ମା ଦେଇପାରନ୍ତି ।

ଅନ୍ୟପକ୍ଷେ, ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌ କରୋନାର ଏଭଳି ଭାରିଆଣ୍ଟ୍‌, ଯାହା ଭାଇରସ୍‌ର ସଂକ୍ରମଣ, ଗମ୍ଭୀର ଲକ୍ଷଣ, ପ୍ରତିରକ୍ଷା ପ୍ରଣାଳୀକୁ ମାତ୍‌ ଦେବା, ଚିହ୍ନଟରୁ ବଞ୍ଚିବାର କ୍ଷମତା ପ୍ରଦର୍ଶନ କରନ୍ତି । ସଦ୍ୟ ବିକଶିତ ଏଆଇ ସିଷ୍ଟମ୍‌ର ନାଁ ଅର୍ଲି ୱାର୍ନିଂ ଅନୋମଲି ଡିଟେକ୍ସନ୍‌ ସିଷ୍ଟମ୍‌ (ଇଡବ୍ଲ୍ୟୁଏଡି) । ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ଓ ନର୍ଥୱେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଇଡବ୍ଲ୍ୟୁଏଡିର ବିକାଶ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ମେସିନ୍‌ ଲର୍ନିଂର ସାହାଯ୍ୟ ନେଇଥିଲେ । ମେସିନ୍‌ ଲର୍ନିଂରେ ପ୍ୟାଟର୍ନ ଚିହ୍ନଟ କରିବା, ଆଲ୍‌ଗୋରିଦମ୍‌ ବିକଶିତ କରିବା ଏବଂ ଭବିଷ୍ୟତରେ ଏହି ପ୍ୟାଟର୍ନ କିଭଳି କାମ କରନ୍ତି, ତାହା ଜାଣିବା ଲାଗି କମ୍ପ୍ୟୁଟର ଜରିଆରେ ତଥ୍ୟକୁ ବିଶ୍ଳେଷଣ କରାଯାଏ । 

କରୋନା ଭାଇରସ୍‌ର ସଂକ୍ରମଣ ତଥ୍ୟ ସହ ଯେତେବେଳେ ଏହାକୁ ମିଶାଗଲା, ଏହା ଜରିଆରେ ଭାଇରସ୍‌ର ମ୍ୟୁଟେସନ୍‌ ଓ ଭବିଷ୍ୟତରେ ସାମ୍ନାକୁ ଆସିବାକୁ ଥିବା ଭାରିଆଣ୍ଟ୍‌ ବିଷୟରେ ସଠିକ୍‌ ତଥ୍ୟ ମିଳିଲା । ଭାଇରସ୍‌ର କେଉଁ ଭାରିଆଣ୍ଟ୍‌ ଅଧିକ ବିପଦପୂର୍ଣ୍ଣ, ଯାହା ଯୋଗୁ ମହାମାରୀ ଆସିବ, ତାହା ମଧ୍ୟ ଜଣାପଡ଼ିଲା । ପରୀକ୍ଷାରେ ଏଆଇକୁ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା, ସାର୍ସ କୋଭ୍‌-୨ ଭାରିଆଣ୍ଟ୍‌ର ଜେନେଟିକ୍‌ ସିକ୍ୱେନ୍ସିଙ୍ଗ ଏବଂ ଏହି ଭାରିଆଣ୍ଟ୍‌ କେତେ ଦ୍ରୁତ ବ୍ୟାପୁଛନ୍ତି, ସେ ବିଷୟରେ ତଥ୍ୟ ଦିଆଗଲା । ସଂକ୍ରମଣ ହାର ବୃଦ୍ଧି ଓ ମୃତ୍ୟୁ ହାର ହ୍ରାସ ପାଇବା ସମୟରେ ଏହି ସିଷ୍ଟମ୍‌ ଜିନ୍‌ଗତ ପରିବର୍ତ୍ତନ ଚିହ୍ନଟ କଲା ।

ମାଇକ୍ରୋବାୟୋଲୋଜିଷ୍ଟ୍‌ ୱିଲିୟମ୍‌ ବାଲ୍‌ଚ କହିଛନ୍ତି, ପରୀକ୍ଷଣ ସମୟରେ ଆମେ ପ୍ରମୁଖ ଜିନ୍‌ ଭାରିଆଣ୍ଟ୍‌ ଦେଖିଲୁ । ଏଗୁଡ଼ିକ ଦ୍ରୁତ ବଢୁଥିଲେ ଏବଂ ବ୍ୟାପୁଥିଲେ । ମୃତ୍ୟୁ ହାର ମଧ୍ୟ ବଢୁଥିଲା । ଭାରିଆଣ୍ଟ୍‌ସ ଅଫ୍‌ କନ୍‌ସର୍ନ ଅର୍ଥାତ୍‌ ଦ୍ରୁତ ବ୍ୟାପୁଥିବା ବିପଦପୂର୍ଣ୍ଣ ଭାରିଆଣ୍ଟ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଔପଚାରିକ ରୂପେ ନାମିତ କରିବାର କିଛି ସପ୍ତାହ ପୂର୍ବରୁ ଏହା ହେଉଥିଲା । ପୂର୍ବ ଘଟଣା ସହ ଏହି ମଡେଲର ପରୀକ୍ଷା ସହିତ ବାସ୍ତବ ଓ ଆନୁମାନିକ ତଥ୍ୟର ତୁଳନା କରାଗଲା । ଟିକାକରଣ ଓ ମାସ୍କ ପିନ୍ଧିବା ପରେ ମଧ୍ୟ ଭାଇରସ୍‌ ଲଗାତାର ବଦଳୁଥିଲା ବୋଲି ଇଡବ୍ଲ୍ୟୁଏଡି ଜରିଆରେ ବୈଜ୍ଞାନିକମାନେ କହିଛନ୍ତି ବୋଲି ସେ କହିଛନ୍ତି ।

  • lifestyle
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.