ପ୍ରମୂଖ ଖବର
  • ସୁପର-୮ ମୁକାବିଲା: ବାଂଲାଦେଶକୁ ୫୦ ରନରେ ହରାଇଲା ଭାରତ
  • ||
  • ପରୀକ୍ଷା ହେବାର ଗୋଟିଏ ଦିନ ପୂର୍ବରୁ NEET-PG ଏଣ୍ଟ୍ରାସ୍ ସ୍ଥଗିତ
  • ||
  • ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା
  • ||
  • ଓଟିଇଟି-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ: ଅଗଷ୍ଟ ୯ରେ ପରୀକ୍ଷା, ଜୁନ୍ ୨୪ରୁ ଆବେଦନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା
  • ||
  • ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ
  • ||
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର​‌ରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା. ୬୮ ଫ୍ଲାଟୁନ୍ ଫୋର୍ସ ମୁତୟନ
  • ||
  • ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା , ରତ୍ନସିଂହାନରୁ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜିଉ
  • ||

ଚେନ୍ନାଇ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଓ ଅବ୍ୟବସ୍ଥାରେ ନିଜକୁ ଦାୟୀ କଲେ ଏଆର୍ ରେହମାନ , କହିଲେ ...

ମୁମ୍ୱାଇ : ଏଆର ରେହମାନ ଚେନ୍ନାଇ କନସର୍ଟରେ ହୋଇଥିବା ବିଶୃଙ୍ଖଳା ଓ ଅବ୍ୟବସ୍ଥା ପାଇଁ ନିଜକୁ ଦାୟି କରିଛନ୍ତି। ଆଉ ଏସବୁର ଦାୟିତ୍ୱ ସେ ନିଜେ ନେଇଛନ୍ତି। ସେ ଟ୍ୱିଟ୍‌ (ଏକ୍ସ)ରେ ଲୋକଙ୍କ ଉଦ୍ଦେଶ୍ୟରେ ଏକ ମେସେଜ ଲେଖିଛନ୍ତି , ଯେଉଁ ଲୋକ ଟିକେଟ୍‌ ନେବା ପରେ ମଧ୍ୟ କନସର୍ଟ ପାଇଁ ଭିତରକୁ ଆସି ପାରି ନାହାନ୍ତି ତାଙ୍କୁ ଟିକେଟର କପି ମାଗିଛନ୍ତି। ଏଆର ରେହମନ ଇନଷ୍ଟାଗ୍ରାମରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ସେ ବଲି କା ବକରା ହୋଇ ଯାଇଛନ୍ତି। ଏହାସହ ଚେନ୍ନାଇ ଲୋକଙ୍କୁ ଅପିଲ କରିଛନ୍ତି କି ସେ ଏଥିପାଇଁ ଦାୟୀ ହେବେ ଏବଂ ସେଠାର ମାହୋଲକୁ ସୁଧାରିବେ । 

ଷ୍ଟେଜ୍‌ରେ ଲାଇଭ୍‌ ପ୍ରଦର୍ଶନ କରୁଥିଲେ ଏଆର ରେହମାନ , ପୁଲିସ ଆସି ବନ୍ଦ କଲା କନସର୍ଟ

ଶୋ’ ରେ ହୋଇଥିଲା ବିଶୃଙ୍ଖଳା –

ରବିବାର ଚେନ୍ନାଇରେ ହୋଇଥିବା ଏଆର ରେହମାନଙ୍କ ଶୋ’ରେ ବଡ଼ ଅବ୍ୟବସ୍ଥାର ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚା ପାଲଟିଛି । ପିଲା ନିଖୋଜ ହେବା , ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଧାଁ ଦୌଡ଼ ଭଳି ଅନେକ ଘଟଣା ସାମନାକୁ ଆସିଛି । କିଛି ଲୋକ କହିଛନ୍ତି କି , ସ୍ୱର ଏତେ ଧିମା ଥିଲା କି   କିଛି ଶୁଣା ଯାଉ ନଥିଲା । ଅନେକ ଲୋକେ ପାନିକ୍‌ ଆଟାକ୍‌ , ନିଶ୍ୱାସ ନେବାକୁ କଷ୍ଟ ଅନୁଭବ ହେବା ଓ ଚୌକି ଆଦିର ଅଭାବ ଥିବା କଥା କହିଛନ୍ତି। ଏବେ ଏଆର୍‌ ରେହମାନ ଶୋ’ ର ଖରାପ ମ୍ୟାନେଜମେଣ୍ଟକୁ ଦାୟୀ କରି ଟ୍ୱିଟ୍‌ କରିଛନ୍ତି।

ଲୋକଙ୍କୁ ଟିକେଟ୍‌ ମାଗିଛନ୍ତି – ପ୍ରିୟର ଚେନ୍ନାଇ ଲୋକେ , ଯେଉଁ ଲୋକେ ଟିକେଟ୍‌ କିଣି ଥିଲେ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି କାରଣରୁ ଶୋ’ ଭିତରକୁ ଆସି ପାରିନାହାନ୍ତି , ଦୟାକରି ନିଜ ଟିକେଟର ଏକ କପି ଦିଅନ୍ତୁ , ଏହାସହ ଅଭିଯୋଗ ବି କୁହନ୍ତୁ । ଆମ ଟିମ୍‌ ଖୁବ୍‌ ଶୀଘ୍ର ଜବାବ ଦେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.