ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମିର ଖାନଙ୍କୁ ମିଳିଥିଲା ଅମିତାଭ ବଚ୍ଚନଙ୍କ ଠାରୁ ଏମିତି ଶିକ୍ଷା, କହିଲେ ଡେବ୍ୟୁ ଫିଲ୍ମର କଥା

ମୁମ୍ୱାଇ : ଅମିତାଭ ବଚ୍ଚନ ଓ ଆମିର ଖାନ ବଲିଉଡ୍‌ର ଦୁଇ ବଡ଼ ଷ୍ଟାର। ଇଣ୍ଡଷ୍ଟ୍ରୀରେ କାମ କରିବା ସେମାନଙ୍କର ଅନେକ ଦଶକ ବିତି ଗଲାଣି। ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି ସେମାନେ । ଆମିର ନିକଟରେ ନିଜର ପ୍ରଥମ ଫିଲ୍ମ କୟାମତ୍‌ ସେ କୟାମତ୍‌ ତକ୍‌ ର ଏକ କଥା ଶୁଣାଇ ଥିଲେ ଏବଂ କହିଥିଲେ କି, କିଭଳି ସେ ଅମିତାଭଙ୍କ ଠାରୁ ପ୍ରେରଣା ନେଉଥିଲେ। ସେ କହିଛନ୍ତି କି ବିଗ୍‌ ବିଙ୍କୁ ଦେଖିଥିଲି କି ଗୋଟିଏ ଫିଲ୍ମର ସିନ୍‌ ପାଇଁ ଘଣ୍ଟା ଘଣ୍ଟା ରିହର୍ସାଲ କରୁଥିଲେ। ଅଭିନେତା ସେହି ସମୟରେ ଇଣ୍ଡଷ୍ଟ୍ରୀରେ ନୂଆ ଥିଲେ ଏବଂ ଅମିତାଭ ତାଙ୍କ ପୂର୍ବରୁ ଖୁବ୍‌ ବଡ଼ ଅଭିନେତା ଭାବେ ଜଣାଶୁଣା ଥିଲେ। 

ଆମିର ଖାନ ଏବିପି କନକ୍ଲେଭ୍‌ରେ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଅମିତାଭଙ୍କ ସହ ଜଡ଼ିତ ଏକ ଘଟଣା ବିଷୟରେ, ଯାହା ତାଙ୍କ ପାଇଁ ଏକ ଶିକ୍ଷା ଭାବେ କାମ କରିଥିଲା। ସେ ଏହି ସମୟରେ ଫିଲ୍ମ ସିଟିରେ ଥିଲେ। ଆମିର କହିଥିଲେ , ମୁଁ ନିଜର କଜିନ୍‌ ନୁସୈତ, ରାଜ ଜୁତ୍ସି ଓ ରୀନା (ଦତ୍ତା) ଙ୍କ ସହ ମେକଅପ୍‌ ରୁମ୍‌ରେ ଥିଲି। ମେକଅପ୍‌ ରୁମ୍‌ ବାହାରେ ଆଉ ଏକ ଫିଲ୍ମର ସୁଟିଂ ଚାଲୁଥିଲା। ଆମେ ଜଣେ ଆକ୍ଟରଙ୍କୁ ପାଖାପାଖି ୧୦୦,୨୦୦ଥର ନିଜର ପକ୍ତି ଗୁଡ଼ିକର ରିହର୍ସାଲ କରିବାର ଶୁଣିବାକୁ ପାଉଥିଲୁ। 

ଆମିର କହିଛନ୍ତି, ଆକ୍ଟରଙ୍କ ପରିଶ୍ରମକୁ ଦେଖିବା ପାଇଁ ମୁଁ ବାହାରେ ଖୋଜିବାକୁ ବାହାରିଲି ଏବଂ ସେ ପରିଶ୍ରମ ଆକ୍ଟର ଆଉ କେହି ନୁହେଁ ବରଂ ଅମିତ ଜୀ ଥିଲେ। ଏହି ସମୟରେ ମୁଁ ଇଣ୍ଡଷ୍ଟ୍ରୀରେ ନୂଆ ଥିଲି। ଅମିତ ଜୀଙ୍କ ଭଳି ସୁପରଷ୍ଟାରଙ୍କୁ ଏତେ ରିହର୍ସାଲ କରିବା, ଏତେ ନିଷ୍ଠାର ସହ କାମ କରିବା ଓ ଏତେ ଫୋକସ ବଜାୟ ରଖି ଦେଖିବା ମୋତେ ବହୁତ ବଡ଼ ଶିକ୍ଷା ମିଳିଲା ,ଯାହା ଆଜି ବି ମନେଅଛି। ତାହା ଲମ୍ୱା ସିନ୍‌ ଥିଲା ଏବଂ ସେ ୮ରୁ ୧୦ ଟେକ୍‌ ଦେଇଥିଲେ। ସେହି ସଟ୍‌ ଶେଷ କରିବା ପରେ ଅମିତ୍‌ ଜୀ ଡାଇରେକ୍ଟର ପ୍ରକାଶ ମେହରାଙ୍କ ପାଖରୁ ତାଙ୍କର ଫିଡବ୍ୟାକ୍‌ ନେବାକୁ ଯାଇ କହିଲେ, ପ୍ରକାଶ ମୁଁ ଖୁବ୍‌ ଜୋରରେ କହୁ ନଥିଲି ତ। 

ଆମିର କୁହନ୍ତି, ଏହା ମୋ ପାଇଁ ଏକ ଶିକ୍ଷା ଥିଲା କି, ରିହର୍ସାଲର କୌଣସି ଶେଷ ହୋଇ ନଥାଏ। ଏମିତି କି ସବୁଠୁ ମହାନ ଅଭିନେତାଙ୍କ ମଧ୍ୟରେ ଜଣେ ଚାର୍ଲି ଚାପଲିନ୍‌ଙ୍କ ଭଳି ଷ୍ଟାର ମଧ୍ୟ ୨୦୦ରୁ ୩୦୦ଥର ରିହର୍ସାଲ କରୁଥିଲେ। ଏଥିପାଇଁ ମୁଁ ରିହର୍ସାଲ କରିବାରେ ଭରସା କରୁଛି। 

ଉଲ୍ଲେଖନୀୟ ଯେ, ଆମିର ଖାନଙ୍କ ଗତ ଫିଲ୍ମ ଲାଲ୍‌ ସିଂହ ଚଡ୍ଡା ଥିଲା ,ଯାହା ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ତାଙ୍କର ଆଗାମୀ ଫିଲ୍ମ ସିତାରେ ଜମିନ୍‌ ପର୍‌ , ଯେଉଁଥିରେ ସେ ନଜର ଆସିବେ। ଏହା ବ୍ୟତୀତ ସେ ରାଜକୁମାର ସନ୍ତୋଷୀଙ୍କ ଲାହୋର ୧୯୪୭କୁ ପ୍ରଡ୍ୟୁସ୍‌ କରୁଛନ୍ତି। ଏହି ଫିଲ୍ମରେ ସନି ଦେଓଲଓ ପ୍ରୀତି ଜିଣ୍ଟା ଲିଡ୍‌ ରୋଲ୍‌ରେ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.