ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ଲାଗି ବୟସ ସୀମା ବୃଦ୍ଧି, ବୁଧବାର ଠାରୁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ (ଏଏଲ୍‌ପି) ଲାଗି ପ୍ରସ୍ତୁତି କରୁଥିବା ଶିକ୍ଷାର୍ଥୀଙ୍କ ଲାଗି ଭଲ ଖବର । ରେଲଓ୍ବେ ସହାୟକ ଲୋକୋ ପାଇଲଟ୍‌ ଆବେଦନ ଲାଗି ବୟସ ସୀମା ବଢ଼ାଇ ଦେଇଛି । ଏନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।  ୫୬୯୬ ଏଏଲପି ନିଯୁକ୍ତି ଲାଗି ବିଜ୍ଞପ୍ତି ବାହାରିଥିବା ବେଳେ ଏଥିପାଇଁ ୨୦ ଜାନୁଆରୀ ୨୦୨୪ରୁ ଆବେଦନ ଆରମ୍ଭ ହୋଇଯାଇଛି । ରେଲଓ୍ବେ ପକ୍ଷରୁ ଜାରି ନୋଟିଫିକେସନ୍‌ ଅନୁସାରେ, ବୟସ ସୀମା ବୃଦ୍ଧି ପରେ ୩୧ ଜାନୁଆରୀରୁ ଆବେଦନ କରିପାରିବେ ଶିକ୍ଷାର୍ଥୀ । 

ଆପ୍ଲାଏ କରିବାର ଶେଷ ତାରିଖ ୧୯ ଫେବୃଆରୀ ୨୦୨୪ ଧାର୍ଯ୍ୟ କରାଯାଇଛି । ଏବେ ସାଧାରଣ ବର୍ଗ(ୟୁଆର)ଙ୍କ ଲାଗି ବୟସ ସୀମା ୩୩ ବର୍ଷକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଜେନେରାଲ କାଟେଗୋରି ଲାଗି ବୟସ ସୀମା ୧୮ରୁ୩୦ ବର୍ଷ ଥିଲା । ବୟସ ଗଣନା ୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ କରାଯିବ । ଦଶମ ପାସ କରିଥିବା ବେଳେ ଆବଶ୍ୟକୀୟ ଇଞ୍ଜିନିୟରିଂ ଡିପ୍ଲୋମା କରିଥିଲେ ଏଏଲପି ଲାଗି ଆବେଦନ କରିପାରିବେ ।

ସାଧାରଣ ବର୍ଗଙ୍କ ଲାଗି ଆବେଦନ ଲାଗି ୫୦୦ ଟଙ୍କା ଦେବାକୁ ପଡ଼ିବ । ଏସ୍‌ସି ଏବଂ ଏସ୍‌ଟି ଶ୍ରେଣୀର ପିଲାମାନେ ୨୫୦ ଟଙ୍କା ଶୁଳ୍କ ଦେଇ ଏଏଲପି ଲାଗି ଆବେଦନ କରିପାରିବେ । ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ପାଇଁ ସିବିଟି ୧, ସିବିଟି ୨ ଜରିଆରେ ଚୟନ ପ୍ରକ୍ରିୟା କରାଯିବ । ଅଧିକ ତଥ୍ୟ ଜାଣିବା ପାଇଁ ଆରଆରବି ଦ୍ବାରା ଦିଆଯାଇଥିବା ବିସ୍ତୃତ ବିବରଣୀ ଦେଖିପାରିବେ ଛାତ୍ରଛାତ୍ରୀ । ଆରଆରବି ଓ୍ବେବସାଇଟକୁ ଯାଇ ଆଶାୟୀ ଛାତ୍ରଛାତ୍ରୀ ଏଏଲପି ଲାଗି ଆବେଦନ କରିପାରିବେ । 

  • Railway Board
  • Indian Railway
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.