ବିଶୋଇ, ୧୪/୦୯ : ବିଶୋଇ ଥାନା ଏଏସଆଇ ଅବଦୁଲ ମତଲିବ ଖାନଙ୍କ ନାମରେ ଲାଞ୍ଚ ନେବା ଅଭିଯୋଗ। ଏଏସଆଇ ଲାଞ୍ଚ ନେଉଥିବା ବେଳେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଯାହାକି ଏବେ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ବିଭିନ୍ନ ସମୟରେ ଲାଞ୍ଚ କାରବାରରୁ ନିବୃତ ପାଇଁ କହୁଥିବା ବେଳେ ବିଶୋଇ ଏଏସଆଇ ନିଜେ ଲାଞ୍ଚ ନେବା ଘଟଣା ସାଧାରଣରେ ପୋଲିସ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଏଏସଆଇ ଅବଦୁଲ ମତଲିବ ଖାନ କୌଣସି କେସକୁ ନେଇ ମୁଲଚାଲ କିମ୍ବା ଚୋରା ଚାଲାଣ ଗାଡିକୁ ପାର କରିବାକୁ ଲାଞ୍ଚ ନେଇଥିବା ଅନୁମାନ କରାଯାଇଛି। ଏଭଳି ପରିସ୍ଥିତିରେ ଉପରିସ୍ଥ ପୋଲିସ ଅଧିକାରୀ ଏବେ ଉକ୍ତ ଲାଞ୍ଚୁଆ ଏଏସଆଇଙ୍କ ବିରୋଧରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।