ବାଉଁଶୁଣୀ, ୬/୧୧ : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ଅଁଳାପାଲି ପଞ୍ଚାୟତ ଖଜାପଦର ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଭାଙ୍ଗି ଜିନିଷପତ୍ର କୌଣସି ଦୁର୍ବୃତ୍ତ ଚୋରୀ କରି ନେଇଥିବା ଅଭିଯୋଗ l ସୂଚନା ଅନୁଯାୟୀ, ରବିବାର ରାତିରେ ଖଜାପଦର ଅଙ୍ଗନବାଡ଼ିର ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ଘର ଭିତରକୁ ପଶି ଏକ ଟେବୁଲ ଚୋରୀ କରି ନେଇଛନ୍ତି । ସୋମବାର ଦିନ ୧୦ଟା ସମୟରେ କେନ୍ଦ୍ର ଖୋଲିବା ପାଇଁ ଆସିଥିବାବେଳେ ଅଙ୍ଗନବାଡ଼ି କର୍ମୀ ଗୋଲାପ ଫୁଲ ସାହୁ ଏହା ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ମାତୃ ମଣ୍ଡଳୀ କମିଟି ବୈଠକ ଡାକି ଏ ସମ୍ପର୍କରେ ସୁଚନା ଦେଇଥିଲେ l କମିଟିର ନିର୍ଦ୍ଧାରଣ କ୍ରମେ ଏ ସମ୍ପର୍କରେ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବୌଦ୍ଧଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗିବା ପାଇଁ ମଧ୍ୟ ଚୋର ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ସେଠାର ତାଲା ଭାଙ୍ଗି ପାରିନଥିଲେ । ଏ ନେଇ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ କିଭଳି ପାଟ୍ରୋଲିଙ୍ଗ କରୁଛି ଯେ ବାଉଁଶୁଣୀ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ତାହା ଏବେ ଜନସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି । ତୁରନ୍ତ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଏ ନେଇ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦିନେ ଥିଲେ ନକ୍ସଲ, ଏବେ ତେଲଙ୍ଗାନା ସରକାରରେ ମନ୍ତ୍ରୀ...