ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା : ଦ ରାଇଜ’କୁ ଓ୍ବେବ ସିରିଜ୍ କରିବାକୁ ଚାହୁଁଥିଲେ ସୁକୁମାର, ନିର୍ଦ୍ଦେଶକ ନିଜେ କରିଥିଲେ ଏହାର ଖୁଲାସା

ନୂଆଦିଲ୍ଲୀ,୧୯/୨ : ଅଲ୍ଲୁ ଅର୍ଜୁନ ଏବେ ନିଜ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ପୁଷ୍ପା ୨କୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବାରେ ଅଛି । ପୁଷ୍ପାର ପ୍ରଥମ ପାର୍ଟ ୨୦୨୧ରେ ଆସିଥିଲା । ଏହି ସମୟରେ ଫିଲ୍ମ ବ୍ଲକ ବଷ୍ଟର ସାବ୍ୟସ୍ତ ହୋଇଥିଲା । ଏହାପରେ ଫିଲ୍ମର ସେକେଣ୍ଡ ପାର୍ଟର ଘୋଷଣା କରାଯାଇଥିଲା । ଦର୍ଶକ ଏବେ ଏହାର ସେକେଣ୍ଡ ପାର୍ଟକୁ ନେଇ ବହୁ ଉତ୍ସୁକ ଅଛନ୍ତି । ଏହା ମଧ୍ୟରେ ଖୁଲାସା ହୋଇଛି କି ସୁକୁମାର ପୁଷ୍ପାକୁ ପ୍ରଥମେ ଓ୍ବେବ ସିରିଜ କରିବାକୁ ଚାହୁଁଥିଲେ ।

ଗଣମାଧ୍ୟମ ସୂଚନା ଅନୁଯାୟୀ ନିର୍ଦ୍ଦେଶକ ସୁକୁମାର ପ୍ରଥମେ ପୁଷ୍ପାକୁ ଓ୍ବେବ ସିରିଜ କରିବାକୁ ଭାବୁଥିଲେ । ଏକ ସାକ୍ଷାତକାରରେ ଏହାର ନିର୍ଦ୍ଦେଶକ  କହିଥିଲେ କି ସେ ପ୍ରଥମେ ପୁଷ୍ପାକୁ ଓ୍ବେବ ସିରିଜ କରୁଥିଲେ । ଏହି ଫିଲ୍ମରେ ବହୁ ଚରିତ୍ର ଥିଲେ । କିନ୍ତୁ ପରେ ଆମେ ଭାବିଥିଲୁ କି ଏହାକୁ ଏକ ପୂରା ଫିଲ୍ମ କରିବା ଏବଂ ଦର୍ଶକଙ୍କୁ ଏକ ଅଦଭୁତ ଅନୁଭବ ଦେବା ।  

ପୁଷ୍ପା ୨ ଚଳିତ ବର୍ଷ ଫିଲ୍ମ ହଲରେ ରିଲିଜ ହେବାରେ ଅଛି । ଏହି ଫିଲ୍ମରେ ପୁଣି ଥରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର୍ ଅଭିନୟରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଯାଉଛନ୍ତି । ଫିଲ୍ମର ଘୋଷଣାରେ ହିଁ ଦର୍ଶକଙ୍କ ମଧ୍ୟରେ ଏଥିପାଇଁ କ୍ରେଜ ଦେଖିବାକୁ ମିଳୁଛି । ନିକଟରେ ଫିଲ୍ମର ଟିଜର ରିଲିଜ କରାଯାଇଥିଲା, ଯାହାପରେ ଏହାକୁ ଦେଖିବାକୁ ଉତ୍ସୁକତା ଦର୍ଶକଙ୍କ ମଧ୍ୟରେ ଆହୁରି ଅଧିକ ବଢି ଯାଇଛି । ସେହିଭଳି ଏବେ ଦର୍ଶକଙ୍କୁ ଟ୍ରେଲରର ଅପେକ୍ଷା ରହିଛି । ଫିଲ୍ମ ଚଳିତ ବର୍ଷ ୧୫ଅଗଷ୍ଟରେ ଥିଏଟର୍ସରେ ଆସିବ । ୧୫ଅଗଷ୍ଟରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଅଜୟ ଦେବଗନଙ୍କ ସିଂଘମ ଏଗେନ ସହ ଟକ୍କର କରିବାରେ ଅଛି । ଏଭଳି ସ୍ଥlଳ ଦେଖିବାକୁ ବାକି ରହିଲା କି ପୁଷ୍ପା ୨ନିଜ ପ୍ରଥମ ଫିଲ୍ମ ଭଳି ହଲରେ ଧମାଲ ମଚାଇ ପାରିବ କି ନାହିଁ । 

ଏବେ ପର୍ଯ୍ୟନ୍ତ ପୁଷ୍ପା ୨କୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । କିନ୍ତୁ ଏହା ମଧ୍ୟରେ ଫ୍ୟାନ୍ସଙ୍କୁ ଅଲ୍ଲୁ ଅର୍ଜୁନ ଏକ ବଡ଼ ସରପ୍ରାଇଜ ଦେଇଛନ୍ତି । ନିକଟରେ ଅଲ୍ଲୁ ଅର୍ଜୁନ ଏକ ସାକ୍ଷାତକାରରେ ଫିଲ୍ମର ଆଗାମୀ ପାର୍ଟ ତଥା ପୁଷ୍ପା ୩କୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ସାକ୍ଷାତକାରରେ ଅଭିନେତା ଜଣଙ୍କ କହିଛନ୍ତି କି, ଆପଣ ନିଶ୍ଚିତ ରୂପରେ ଫିଲ୍ମର ତୃତୀୟ ପାର୍ଟକୁ ଆଶା କରିପାରିବେ । ଆମେ ଏହାକୁ ଏକ ଫ୍ରାଞ୍ଚାଇଜ୍ କରିବାକୁ ଚାହୁଁଛୁ ଏବଂ ଆମ ପାଖରେ ଲାଇନଅପ ଲାଗି କେତେକ ଏକ୍ସାଇଟିଂ ଆଇଡିଆ ବି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.