ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଅଙ୍ଗନବାଡି ମା ‘ ମାନେ ପାଇବେ ବିପର୍ଯ୍ୟୟ ପରିଚାଳନା ତାଲିମ

ଭୁବନେଶ୍ୱର,୦୬/୦୨: ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । 

ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ପରିସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନ (ଏସ୍‌ଆଇଆର୍‌ଡି), ୱାସନ ଭଳି ବିଭିନ୍ନ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ସହଯୋଗରେ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ଏକ ଉତ୍କର୍ଷ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଲେ ଯେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ପାଇଁ ଆମକୁ ସହଭାଗିତାରେ କାର୍ଯ୍ୟ କରିବାକୁ ପଡିବ । ଆଜିର ଏହି ବୁଝାମଣା ପତ୍ର ଆମର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ କରିବ ।  ଏହି ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁସ୍ମିତା ବେହେରା କହିଲେ ଯେ ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ବିଭାଗ ଭାବେ ପରିଗଣିତ ହୋଇପାରିଛି । ଏହି ବିପର୍ଯ୍ୟୟ ପରିଚାଳନା ତାଲିମକୁ ତୃଣମୁଳ ସ୍ତରରେ ପହଞ୍ଚାଇ ପ୍ରତି ଘରେ ଜଣେ ଜଣେ ବିପର୍ଯ୍ୟୟ ପ୍ରଶମନ ଯୋଦ୍ଧା ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ପ୍ରଧାନ ଲକ୍ଷ୍ୟ । 

ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନର ମୁଖ୍ୟ ଉପଦେଷ୍ଟା ଏସ.ଗାୟତ୍ରୀ କହିଲେ ଯେ ସମଗ୍ର ରାଜ୍ୟରେ ଜିଲ୍ଲ ।ସ୍ତରୀୟ ଶଶିୁ ସୁର କ୍ଷା ଅଧିକାରୀମାନ ଙ୍କୁ ଏବଂ ସମସ୍ତ ଅଙ୍ଗ ନବାଡି କେନ୍ଦ୍ରରେ ଥିବା ଅଙ୍ଗନବାଡି କର୍ମକର୍ତ୍ତାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରିବା ଆମ ପାଇଁ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସ୍ୱୀକାର କରି ପ୍ରାକୃତିକ ବିପର୍ଯ୍ୟୟ ସହ ଲଢିବା ସହ ଏହି ପ୍ରଶିକ୍ଷଣକୁ ଗାଁ ଗାଁ ରେପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭାମୁଦୁଲିଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀବୃନ୍ଦ ଓଅଙ୍ଗନବାଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.