ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କାଶୀପୁର, ୨୭।୧: କାଶୀପୁର ବ୍ଲକ ଟିକିରିସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ । ବାର୍ଷିକ ଉତ୍ସବରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲୋଚନ ଖରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ପରିଚାଳନା କମିଟିର କାର‌୍ୟ୍ୟ କର୍ତ୍ତା ରାମ ମୋହନ ମହାନ୍ତି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପ୍ତିମୟୀ ସିଂପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କୁ ଫୁଲ ତୋଡ଼ା, ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । 

ସେହିପରି ବିଦ୍ୟାଳୟର ଉନ୍ନତି ପ୍ରଗତିରେ ସାହାଯ୍ୟ ସହଯୋଗ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଏବଂ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶିକ୍ଷୟିତ୍ରୀ ବକୁଳାରାଣୀ ଦାଶବାର୍ଷିକ ବିବରଣୀ ପାଠ କରି ଉକ୍ତ ବିଦ୍ୟାଳୟରେ ନୂଆ କରି ଖୋଲିଥିବା ଏକାଦଶ ଶ୍ରେଣୀର ପ୍ରଥମ ବର୍ଷରେ ଜଣ ୧୫୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟ ପରିସରରେ ଶହେ ଶଯ୍ୟା ବିଶିଷ୍ଟ ଦୁଇଟି ହଷ୍ଟେଲ ଥିବାର ସୂଚନା ଦିଆଯାଇଥିଲା । 

ସେହିପରି ଷଷ୍ଠରୁ ଏକାଦଶ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବାବେଳେ ଖେଳ ପଡ଼ିଆ, ଶ୍ରେଣୀ ଗୃହ, ପାଇଖାନା, ଡାଇନିଂ ହଲ୍‌ର ଆବଶ୍ୟକତା ନେଇ ପ୍ରକାଶ କରାଯାଇଥିଲା । ଶ୍ରେଷ୍ଠ କାର୍ଯ୍ୟ ପାଇଁ ଉକ୍ତ ବିଦ୍ୟାଳୟ ତିନି ପୁରସ୍କୃତ ହୋଇଥିବାର ପ୍ରକାଶ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରୋତ୍ସାହନ ଦେବା ଏହାର ମୂଳ ଲକ୍ଷ୍ୟ  । କାଶୀପୁର ବ୍ଲକର ସ୍ୱାସ୍ଥ୍ୟ ଶିକ୍ଷା, ଗମନାଗମନ, ଯାତ୍ରୀ ପରିବହନ ଭଳି ସାମଗ୍ରିକ ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବିଦ୍ୟାର୍ଥୀମାନେ ଶୃଙ୍ଖଳିତ ଜୀବନ ଯାପନ, ସମୟ ଅନୁବର୍ତ୍ତିତା ହେବା ସହ ଭଲ ପାଠପଢ଼ି ବିଦ୍ୟାଳୟ ତଥା ଅଞ୍ଚଳର ସୁନାମ ଅର୍ଜନ ପାଇଁ ଶ୍ରୀଯୁକ୍ତ ମୁଦୁଲି ପରାମର୍ଶ ଦେଇଥିଲେ । 

ସେହିପରି ବିଦ୍ୟାଳୟ ଉନ୍ନତି ପ୍ରତି ଆବଶ୍ୟକ ପଦକ୍ଷେପ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନୃତ୍ୟଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରିଥିଲେ । ଶିକ୍ଷକ ରଞ୍ଜିତ ମିଶ୍ରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.