ହିନ୍ଦୋଳ, ୮/୧୧ : ଢେଙ୍କାନାଳ ବନଖଣ୍ତ ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି l ଏହି ବନାଞ୍ଚଳ ଅନ୍ତର୍ଗତ ନୂଅବଗ ଗ୍ରାମପଞ୍ଚାୟତ କନ୍ତକୁଳ ବ୍ୟାରେଜ ନିକଟରେ ବୁଧବାର ସକାଳୁ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହାତୀଟି ମରିପଡିଥିବା ଦେଖି ଖବର ଦେବାରୁ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି l ମୃତ ହାତୀର ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି l ତେବେ ହାତୀଟିର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ତାହା ଅସ୍ପଷ୍ଟ ରହିଛି।

ଜନତାଙ୍କ ପ୍ରଶ୍ନ ଭୟ, ଅଞ୍ଚଳ ବୁଲୁନାହାନ୍ତି ନେତା