ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର, ଲୋକଙ୍କୁ ମାଓ ସଙ୍ଗଠନରେ ସାମିଲ ନ ହେବାକୁ ପରାମର୍ଶ

ଫିରିଙ୍ଗିଆ, ୨୭/୧: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଓ ଥାନା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟ କାହାକୁ ଅଛପା ନୁହେଁ । ଏହି ଅଞ୍ଚଳରେ ମାଓ ପୋଷ୍ଟର, ବ୍ୟାନର ଲାଗିବା ଏକ ସାଧାରଣ ଘଟଣା । ତେବେ ଶନିବାର ସକାଳୁ ଗୋଚ୍ଛାପଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ଗୋଚ୍ଛାପଡ଼ା, ପକାରୀ, ବାଲନ୍ଦାପଡ଼ା, ଲୁଇସିଂ, ଡାଙ୍ଗେଣାମା, ଟେଟେଲପଡ଼ା, ସୁପଲା, ସୁଟେଣୀ ଘାଟି ସମେତ ବିଭିନ୍ନ ସ୍ଥାନରେ ଏଭଳି  ପୋଷ୍ଟର ଲାଗିଛି । ବିଭିନ୍ନ ଗଛରେ ପୋଷ୍ଟର ଲାଗିଥିବା ବେଳେ ରାସ୍ତାରେ ମଧ୍ୟ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି । 

ମାଓ ବିରୋଧୀ ମଞ୍ଚ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ଲୋକଙ୍କୁ ମାଓ ସଙ୍ଗଠନରେ ସାମିଲ ନ ହେବା ପାଇଁ ପରାମର୍ଶ ଦିଆଯାଇଛି । ମାଓବାଦୀମାନେ ସରଳ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ସଙ୍ଗଠନରେ ସାମିଲ କରୁଥିବା ଏବଂ ପରେ ସେମାନଙ୍କୁ ନିର୍ଯାତନା ଦେଉଥିବା କୁହାଯାଇଛି । ମାଓ ସଙ୍ଗଠନକୁ ବିକାଶର ବିରୋଧୀ ବୋଲି ମଧ୍ୟ ପୋଷ୍ଟରରେ କୁହାଯାଇଛି । ତେଣୁ ଏହି ସଙ୍ଗଠନ ବିରୋଧକୁ ସମର୍ଥନ ନ ଜଣାଇବା ପାଇଁ ସତର୍କ କରାଯାଇଛି । ତେବେ ଏହି ପୋଷ୍ଟର ସବୁ କିଏ ମାରିଛି, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.