ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା: ଯୁକ୍ତି ରଖିଲେ ଉଭୟ ପକ୍ଷ ,୨୦ରେ ପରବର୍ତ୍ତୀ ଶୁଣାଣି

କଟକ,୦୭/୧୨: ସାଂସଦ ତଥା  ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ  ପକ୍ଷରୁ ରୁଜୁ ବିବାହ ବିଚ୍ଛେଦ ମାମଲାରେ ବୁଧବାର ଉଭୟ ଆବେଦନକାରୀ ଏବଂ  ପ୍ରତିପକ୍ଷ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ  ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଯୁକ୍ତି ଉପସ୍ଥାପନ ଶେଷ ପରେ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା  ଏବଂ ଜଷ୍ଟିସ୍‌ ଶିବଶଙ୍କର ମିଶ୍ରଙ୍କୁ ନେଇ  ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ତାରିଖକୁ ଧାର୍ଯ୍ୟ କରିଛନ୍ତି । 

ବର୍ଷା- ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କଟକ  ପରିବାର ଅଦାଲତରେ ଚାଲିଥିଲା । ଦୀର୍ଘଦିନ  ଧରି ମାମଲାର ଶୁଣିବା କରିବା ପରେ  ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ  ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ ।  ଏହି ଆଦେଶକୁ ଚାଲେଞ୍ଜ କରି ଅନୁଭବ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାସହ ବର୍ଷାଙ୍କଠାରୁ  ବିଚ୍ଛେଦ ପାଇଁ ଅଦାଲତ ଅନୁମତି ଦେବାକୁ  ପ୍ରାର୍ଥନା କରିଛନ୍ତି । ବୁଧବାର ଅନୁଭବଙ୍କ  ପକ୍ଷରୁ ତାଙ୍କ ଆଇନଜୀବୀ ଲଳିତେନ୍ଦୁ ମିଶ୍ର  ବିବାହ ବିଚ୍ଛେଦ ସପକ୍ଷରେ ଯୁକ୍ତି ଉପସ୍ଥାପନ  କରି ଦୁଇପକ୍ଷ କେବେ ବି ବୈବାହିକ  ଜୀବନଯାପନ କରିପାରିବେ ନାହିଁ ବୋଲି  କହିଥିଲେ । ଏସଂକ୍ରାନ୍ତ ବିଭିନ୍ନ ଦସ୍ତାବିଜ୍‌ ମଧ୍ୟ  ଦାଖଲ କରିଥିଲେ । ଏହା ଉପରେ ବର୍ଷାଙ୍କ  ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.