ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଅଯୋଧ୍ୟା ରାମ ମନ୍ଦିର ପୂଜାରୀ ହେବାକୁ ୩ ହଜାରରୁ ଅଧିକ ଆବେଦନ, ସାକ୍ଷାତକାର ପରେ ୨୦ ଜଣ ପ୍ରାର୍ଥୀଙ୍କୁ କରାଯିବ ମନୋନୀତ

ଅଯୋଧ୍ୟା,୨୧/୧୧: ଅଯୋଧ୍ୟା ରାମ ମନ୍ଦିରରେ ପୂଜାରୀ ହେବା ଲାଗି ୩ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ  କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦୦ ଜଣଙ୍କୁ  ସାକ୍ଷାତକାର ପାଇଁ ମେରିଟ୍‌ ଆଧାରରେ ମନୋନୀତ କରାଯାଇଛି । ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । 

ଟ୍ରଷ୍ଟ ମୁତାବକ, ବର୍ତ୍ତମାନ ୨୦୦ ପ୍ରାର୍ଥୀଙ୍କର ପରବର୍ତ୍ତୀ  ସାକ୍ଷାତକାର ନିଆଯାଉଛି । ଅଯୋଧ୍ୟାସ୍ଥିତ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ମୁଖ୍ୟାଳୟ କାର୍‌ସେବକ ପୁରମ୍‌ଠାରେ ଏହି ସାକ୍ଷାତକାର  ଅନୁଷ୍ଠିତ ହେଉଛି । ଏହାକୁ ପରିଚାଳନା  କରିବା ଲାଗି ୩ ଜଣିଆ କମିଟି ଗଠନ ହୋଇଛି । କମିଟିରେ ବୃନ୍ଦାବନର ହିନ୍ଦୁ  ପ୍ରଚାରକ ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାରୁ ମିଥିଲେଶ ନନ୍ଦିନୀ ଶରନ ଓ ସତ୍ୟନାରାୟଣ  ଦାସ ସଦସ୍ୟ ରହିଛନ୍ତି । ସାକ୍ଷାତକାର ଶେଷ  ହେବା ପରେ ୨୦ ଜଣ ପ୍ରାର୍ଥୀଙ୍କୁ ମନୋନୀତ  କରାଯିବ । ଏମାନଙ୍କୁ ୬ ମାସର ତାଲିମ  ଦିଆଯିବା ପରେ ରାମ ମନ୍ଦିରରେ ବିଭିନ୍ନ  ପଦବୀରେ ପୂଜାରୀ ଭାବେ ନିଯୁକ୍ତ କରାଯିବ । ଯେଉଁମାନେ ମନୋନୀତ ହେବେନାହିଁ, ସେମାନଙ୍କୁ ତାଲିମ କାର୍ଯ୍ୟକ୍ରମରେ  ସାମିଲ କରାଯାଇ ପ୍ରମାଣପତ୍ର  ପ୍ରଦାନ କରାଯିବ । ଭବିଷ୍ୟତରେ ଆହୁରି ଅଧିକ ପୂଜାରୀ ପଦବୀ  ସୃଷ୍ଟି ହେଲେ ସେମାନଙ୍କୁ ଡକାଯିବ ।  

ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ  କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି  କହିଛନ୍ତି, ମନୋନୀତ ୨୦୦ ପ୍ରାର୍ଥୀଙ୍କୁ  ସନ୍ଧ୍ୟା ବନ୍ଦନ, ଏହାର ପଦ୍ଧତି, ପୂଜାବିଧି ପାଇଁ ମନ୍ତ୍ର, ପ୍ରଭୁ ଶ୍ରୀରାମଙ୍କ ପୂଜନ ଲାଗି  ମନ୍ତ୍ର ଏବଂ ଏହାର କର୍ମକାଣ୍ଡ ଆଦି ପ୍ରଶ୍ନ ସାକ୍ଷାତକାରରେ ପଚରାଯାଉଛି । ତାଙ୍କ ମୁତାବକ, ଧାର୍ମିକ ପାଠ୍ୟକ୍ରମ ଆଧାରରେ  ତାଲିମ ପ୍ରଦାନ କରାଯିବ । ତାଲିମ ସମୟରେ ପ୍ରାର୍ଥୀମାନଙ୍କ ନିମନ୍ତେ ମାଗଣା  ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ୨ ହଜାର ଟଙ୍କାର ଷ୍ଟାଇପେଣ୍ଡ ବି ଦିଆଯିବ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.