ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଲିଭ୍-ଇନ୍ ରିଲେସନଶିପ୍‌ ଏକ ମାରାତ୍ମକ ରୋଗ, ଏହା ବିରୁଦ୍ଧରେ ଆଇନ୍‌ ଆସିବା ଜରୁରି: ବିଜେପି ସାଂସଦ

Published By : Tapas Panda | December 7, 2023 5:02 PM

ନୂଆଦିଲ୍ଲୀ: ଲିଭ୍-ଇନ୍ ରିଲେସନଶିପକୁ କେନ୍ଦ୍ର କରି ଦେଶରେ ଅନେକ ଭୟଙ୍କର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଇତିମଧ୍ୟରେ ଲିଭ୍-ଇନ୍ ରିଲେସନଶିପକୁ ଏକ ମାରାତ୍ମକ ରୋଗର ଆଖ୍ୟା ଦେବା ସହ ଏହା ବିରୁଦ୍ଧରେ କଠୋର ଆଇନ ଆଣିବାକୁ ଆଜି ସଂସଦରେ ଦାବି କରିଛନ୍ତି ବିଜେପି ସାଂସଦ ଧରମବୀର ସିଂହ । ଲୋକସଭାର ଶୂନ୍ୟକାଳରେ ଏନେଇ କହିବା ସହ ‘ଛାଡ଼ପତ୍ର’ ମାମଲାକୁ ନେଇ ମଧ୍ୟ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ସାଂସଦ । ସେ କହିଛନ୍ତି ପ୍ରେମ ବିବାହରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଉଛି । ତେଣୁ ପ୍ରେମ ବିବାହକୁ ଯୁବକ ଏବଂ ଯୁବତୀଙ୍କ ବାପା-ମା ଅନୁମତି ଦେବା ବାଧ୍ୟତାମୂଳକ ହେଉ ବୋଲି ସେ ଦାବି ମଧ୍ୟ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସଂସଦ ଓ ସରକାରଙ୍କ ସମ୍ମୁଖରେ ଏକ ଗମ୍ଭୀର ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଭାରତର ସଂସ୍କୃତି ବସୁଧୈବ କୁଟୁମ୍ୱକମ୍ ପାଇଁ ବିଶ୍ୱରେ ପରିଚିତ । ଆମ ସାମାଜିକ ଚଳନି ଦୁନିଆର ଅନ୍ୟ ଦେଶଠାରୁ ଭିନ୍ନ । ସାରା ଦୁନିଆ ହିଁ ଆମ ବିବିଧତାରେ ଏକତା ସଂସ୍କୃତିରେ ପ୍ରଭାବିତ । ଭାରତରେ ବାପା-ାଆଙ୍କ ସମ୍ମତି ଓ ସମ୍ପର୍କୀୟଙ୍କ ସହମତିରେ ବିବାହକୁ ଗୁରୁତ୍ୱ ଦିଆଯାଉଛି । ବିବାହରେ ପୁଅ ଓ ଝିଅଙ୍କ ସହମତି ବ୍ୟତୀତ ପରିବାରର ସହମତି ମଧ୍ୟ ରହିଥାଏ । ଆରେଞ୍ଜ ମ୍ୟାରେଜରେ ଅନେକ ଦିଗ ଉପରେ ଗୁରୁତ୍ବ ଦିଆଯାଏ।’

ଭିଓ୍ବାନି-ମହେନ୍ଦ୍ରଗଡ଼ର ବିଜେପି ସାଂସଦ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ବିବାହାକୁ ୭ ଜନ୍ମର ବନ୍ଧନ ଭାବେ ବିବେଚନା କରାଯାଏ । ଭାରତରେ ଛାଡ଼ପତ୍ର ହାର ୧.୧ ପ୍ରତିଶତ ଥିବା ବେଳେ ଆମେରିକାରେ ୪୦ ପ୍ରତିଶତ ବିବାହ ବିଚ୍ଛେଦ ହେଉଛି । ତେବେ ଆରେଞ୍ଜ ମ୍ୟାରେଜରେ ଛାଡ଼ପତ୍ର ହାର ବହୁତ କମ । କିନ୍ତୁ ନିକଟରେ ବିବାହ ବିଚ୍ଛେଦ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ପ୍ରେମ ବିବାହ ବୋଲି ସେ କହିଛନ୍ତି । 

ସେପଟେ ବିବହା ବିନା ପୁଅ-ଝିଅ ଏକାଠି ରହିବାକୁ ଲିଭ-ଇନ ରିଲେସନଶିପ କୁହାଯାଉଥିବା ବେଳେ ଏହା ଏକ ଗୁରୁତର ରୋଗ ଏବଂ ସାମାଜିକ ଶତ୍ରୁ ବୋଲି କହିଛନ୍ତି  ଧରମବୀର ସିଂହ । ସାଂସଦ କହିଛନ୍ତି ଯେ ମୋ ମତରେ ଲଭ୍ ମ୍ୟାରେଜରେ ବି ମାଆ-ବାପାଙ୍କ ମଞ୍ଜୁରି ବାଧ୍ୟତାମୂଳକ ହେବା ଦରକାର । ଏହାରି ଭିତରେ ଆଉ ଏକ ରୋଗ ଆରମ୍ଭ ହୋଇଛି, ଯାହାକୁ ଲିଭ୍-ଇନ୍ ରିଲେସନଶିପ କୁହାଯାଉଛି । ଏଥିରେ ଦୁଇ ଜଣ ବିନା ବିବାହରେ ବି ଏକାସଙ୍ଗରେ ରହୁଛନ୍ତି । ବିଜେପି ସାଂସଦ ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଲିଭ-ଇନ ରିଲେସନଶିପ ଯେ କେବଳ ଆମ ସଂସ୍କତିକୁ ପ୍ରଭାବିତ କରୁଛି ତାନୁହେଁ ବରଂ ସମାଜରେ ଘୃଣା ସୃଷ୍ଟି କରୁଛି । ଯଦି ଏଭଳି ଜାରି ରହେ ତେବେ ଆମ ସଂସ୍କୃତିର ମୃତ୍ୟୁ ହୋଇଯିବ । ଏହା ସହ ଆମର ଏବଂ ଅନ୍ୟମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ଲିଭ-ଇନ ରିଲେସଶିପ୍‌ ବିରୁଦ୍ଧରେ କଠୋର ଆଇନ୍‌ ଆଣିବା ଲାଗି ଗୃହରେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବିଜେପି ସାଂସଦ ଧରମବୀର ସିଂହ ।

  • prameyanews
  • PrameyaOdia
  • prameya
  • BJP
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.