ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଭିକାରୀମୁକ୍ତ ହୋଇପାରୁନି ଏକାମ୍ର କ୍ଷେତ୍ର, ପର୍ବପର୍ବାଣୀରେ ନକଲି ଭିକାରୀଙ୍କ ଭିଡ଼

ଭୁବନେଶ୍ୱର, ୧୫/୧୧ : ଶ୍ରୀକ୍ଷେତ୍ର ପୁରୀ ପରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ହେଉଛି ଚକ୍ରକ୍ଷେତ୍ର ଏକାମ୍ର। ଏଠି ନିତି ପ୍ରାୟ ୩୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । କିନ୍ତୁ ସରକାରଙ୍କ ଭିକାରୀ ମୁକ୍ତ ସହର ପାଇଁ ଅନେକ ଯୋଜନା ଥିବା ସତ୍ତ୍ଵେ କିଛି ଛଦ୍ମ ଏବଂ ନକଲି ଭିକ୍ଷୁଙ୍କ ଲାଗି ଏହି ପବିତ୍ର କ୍ଷେତ୍ରର ଚିତ୍ର ସାରା ଦେଶରେ ମଳିନ ପଡୁଛି । ବିଶେଷ କରି ଏପରି ଭିକାରୀମାନେ ସ୍ୱତନ୍ତ୍ର ପର୍ବ ପର୍ବାଣୀ ହେଲେ ଏଠାକାର ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ରାଜାରାଣୀ, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର ଆଦି ମନ୍ଦିର ବାହାରେ ଭିଡ ଜମାନ୍ତି । ଏମାନେ ଶାରୀରିକ ଭାବେ ସୁସ୍ଥ ଓ କାର୍ଯ୍ୟକ୍ଷମ ମଧ୍ୟ ଅଟନ୍ତି । କିନ୍ତୁ ପର୍ବପର୍ବାଣୀରେ ଏହି ଲୋକମାନେ କାମ କରିବାକୁ ନଯାଇ ଘର ପାଖ ମନ୍ଦିରକୁ ଭିକାରୀ ବେଶରେ ଆସି ଭିକ୍ଷା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । 

ଏହି ଲୋକମାନେ ଏତେ ଚାଲାକ ଯେ ବିଏମମସିର ଭିକାରୀ ଧରପଗଡ ସ୍କ୍ୱାଡ ଟିମକୁ ଆସିବାର ଦେଖିବା କ୍ଷଣି ଚକମା ଦେଇ ଖସି ପଳାଉଛନ୍ତି। ତେଣୁ ଏମାନଙ୍କୁ ଧରିବା ଲାଗି ଏବେ ଏହି ସ୍କ୍ୱାଡ ଟିମକୁ ବିକଳ୍ପ ଚିନ୍ତା କରିବା ଆବଶ୍ୟକ ବୋଲି କିଛି ମନ୍ଦିର ସେବାୟତମାନେ ମଧ୍ୟ ମତ ରଖିଛନ୍ତି । ନଚେତ ଏହି ଭଳି କିଛି ହାତ ଗଣତି ଲୋକଙ୍କ ଲାଗି କ୍ଷେତ୍ରର ସୁଖ୍ୟାତିରେ କଳଙ୍କ ଲାଗିବା ଅବଶ୍ୟ ଆଗଭଳି ଭିକ୍ଷାବୃତ୍ତିଧାରୀ ଲୋକଙ୍କୁ ଆଉ ଏଠାରେ ଦେଖିବାକୁ ମିଳୁ ନାହିଁ । କିନ୍ତୁ ଛଦ୍ମ ଓ ନକଲି ଭିକାରୀଙ୍କ ଉପସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.