ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ

ଭୁବନେଶ୍ଵର, ୦୨/୧୨ : ବିଦା ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି। ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କୃତ କଲେ ଡିଜିପି। ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ ହୋଇଛନ୍ତି। ସୁଶାନ୍ତଙ୍କ ଘରୁ ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। 

ସୂଚନାନୁଯାୟୀ, ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୋଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ। ପୂର୍ବରୁ ଚାକିରୀ କାଳରେ ନିଜର ଅଶୋଭନୀୟ ଆଚରଣ ପାଇଁ ୩ ଜିଲ୍ଲାର ଏସ୍ପି ସୁଶାନ୍ତଙ୍କୁ ବ୍ଲାକମାର୍କ ଦେଇଥିଲେ।

ପ୍ରକାଶ ଥାଉକି, ସୋମବାର ଏକ ଘରୋଇ ବସ୍‌ରେ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ କଟକ ଯାଉଥିବା ବେଳେ ସୁଶାନ୍ତ କୁମାର ଶତପଥୀଙ୍କୁ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ କାବୁ କରିଥିଲା ଭିଜିଲାନ୍ସ ଟିମ୍‌ । ସେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଗୋଡାଇ କାବୁ କରିଥିଲା ଭିଜିଲାନ୍ସ ଟିମ୍‌ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କୁଆଡ଼େ ନେଇଯାଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହା ପରେ ଆଇଆଇସିଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା ଭିଜିଲାନ୍ସ। ଏବେ ସୁଦ୍ଧା ଅଫିସ୍‌ ଓ ଘରେ ରେଡ୍ ହୋଇ ମିଳିଲାଣି ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା। 

Also Read :-

ଶୋକାକୁଳ ପରିବେଶରେ ଶେଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବଦାହ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.