ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ମାର୍ଚ୍ଚ ୧୦ରୁ ଗାଜାରେ ଆକ୍ରମଣ ବନ୍ଦ କରିପାରେ ଇସ୍ରାଏଲ୍: ଜୋ ବାଇଡେନ୍

ୱାଶିଂଟନ୍, ୨୭/୦୨: ଗାଜାରେ ଥମିବ ଯୁଦ୍ଧ । ସୈନ୍ୟ ଅପରେସନ୍ ସ୍ଥଗିତ ପାଇଁ ଇସ୍ରାଏଲର ସହମତି । ମୁସଲିମଙ୍କ ପବିତ୍ର ମାସ ରମଜାନରେ ଗାଜାରେ ଆକ୍ରମଣ କରିବନି ଇସ୍ରାଏଲ୍ । ଅସ୍ତ୍ରବିରତି ପ୍ରସ୍ତାବ ଉପରେ ହମାସ୍ ଆଗ୍ରହ ପ୍ରକାଶ କରିଥିବା ବେଳେ ମଙ୍ଗଳବାର ଏହି ଘୋଷଣା କରାଯାଇଛି ।

ପୂର୍ବରୁ ପ୍ୟାରିସରେ ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ଗାଜାରେ ୪୦ ଦିନିଆ ଅସ୍ତ୍ରବିରତି ପାଇଁ ରହିଥିଲା ପ୍ରସ୍ତାବ । ଅସ୍ତ୍ରବିରତି ସମୟରେ ଫିଲିସ୍ତିନ୍ ବନ୍ଦୀ ଓ ଇସ୍ରାଏଲ୍ ପଣବନ୍ଦୀଙ୍କୁ ୧୦:୧ ଅନୁପାତରେ ମୁକ୍ତ କରିବାକୁ ପ୍ରସ୍ତାବ ରହିଥିଲା ।

ଏହି ଅସ୍ତ୍ରବିରତି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ, ଯୁଦ୍ଧରେ ଗାଜାରେ କ୍ଷତିଗ୍ରସ୍ତ ଜରୁରୀକାଳୀନ ଭିତ୍ତିଭୂମିର ମରାମତି । ହସ୍ପିଟାଲ୍, ବେକେରିର ମରାମତି ସହ ଯୁଦ୍ଧବିରତି ସମୟରେ ଦୈନିକ ୫୦୦ ଟ୍ରକ୍ ସହାୟତା ନେଇ ଗାଜାରେ ପହଞ୍ଚିବ ।

ଆଶା କରାଯାଉଛି, ମୁସଲମାନଙ୍କ ପବିତ୍ର ରମଜାନ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ରେ ସରିବ । ରମଜାନ୍ ସମୟରେ ଅସ୍ତ୍ରବିରତି ଗାଜାର ଲୋକଙ୍କୁ ଆଶ୍ୱସ୍ତି ଦେବା ସହ ମାନବୀୟ ସହାୟତା ପ୍ରଦାନ ଦିଗରେ ସହାୟକ ହେବ ।

ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକା, ଇଜିପ୍ଟ ଏବଂ କତାର ମଧ୍ୟସ୍ଥତା କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଶା କରିଛନ୍ତି ଆଗାମୀ ସପ୍ତାହ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରେ । ଆମେରିକାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜୋ ବାଇଡେନ୍ କହିଛନ୍ତି, ରମଜାନ୍ ସମୟରେ ଇସ୍ରାଏଲ୍ ଆକ୍ରମଣ କରିବ ନାହିଁ । ସେହି ସମୟରେ ପଣବନ୍ଦୀଙ୍କୁ ମୁକ୍ତ କରାଯିବ ।

ଯୁଦ୍ଧବିରତି ନେଇ ଆଲୋଚନା କରୁଥିବା ବାଇଡେନ୍ ଯୁଦ୍ଧ କେବେ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ଆଗ୍ରହ ପ୍ରକାଶ କରି ନାହାନ୍ତି । ୨୦୨୩ ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଅଚାନକ ଇସ୍ରାଏଲରେ ପଶିବା ସହ ରକେଟ୍ ମାଡ଼ କରିଥିଲେ । ଯେଉଁଥିରେ ୧୨୦୦ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୪୦ ଜଣଙ୍କୁ ବନ୍ଧକ କରି ଗାଜା ନେଇ ଯାଇଥିଲେ ହମାସ୍ ଆତଙ୍କବାଦୀ ।

ଗାଜା ଯୁଦ୍ଧରେ ୨୯ ହଜାର ୭୦୦ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ପ୍ରତିଶତ ଲୋକ ବାସହରା ହୋଇଛନ୍ତି । ଗାଜାରେ ମାନବୀୟ ସଂକଟ ଦେଖା ଦେଇଛି । ଏହା ପୂର୍ବରୁ ୨୦୨୩ ନଭେମ୍ବରରେ ସପ୍ତାହେ ବ୍ୟାପୀ ଅସ୍ତ୍ରବିରତି ହୋଇଥିଲା । ଯେଉଁଥିରେ ୧୦୦ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଥିବା ବେଳେ ଇସ୍ରାଏଲ୍ ୨୪୦ ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା । ଏବେବି ଗାଜାରେ ୧୩୦ ଜଣ ପଣବନ୍ଦୀ ହୋଇ ରହିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.