ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପିଏମ୍ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାରରେ ନୂଆ ସରକାର ଗଠନ ପରେ ପ୍ରଥମ ଆଲୋଚନା

ନୂଆଦିଲ୍ଲୀ, ୦୭/୦୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ବିହାରରେ ଏନଡିଏର ନୂଆ ସରକାର ଗଠନ ପରେ ପ୍ରଥମଥର ଲାଗି ପିଏମ୍ ମୋଦିଙ୍କୁ ଭେଟିଛନ୍ତି ନୀତୀଶ କୁମାର । ଆଗାମୀ ଦିନରେ ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଯାଉଛି ।

ସେହିଭଳି ଫେବ୍ରୁଆରୀ ୧୨ରେ ଏନଡିଏର ନୂଆ ସରକାର ବହୁମତ ପରୀକ୍ଷାର ସମ୍ମୁଖୀନ ହେବ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୀତୀଶ । ଏଭଳି ସମୟରେ ପିଏମ୍ ମୋଦିଙ୍କୁ ନୀତୀଶ ଭେଟିବାର ଫଟୋ ପିଏମ୍ଓର ସୋସିଆଲ୍ ମିଡିଆରେ ସେୟାର ହୋଇଛି ।




ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏରେ ଆସନ ବୁଝାମଣା ହେବ । ଗତ ଲୋକସଭା ନିର୍ବାଚନରେ ଜେଡିୟୁ ଓ ବିଜେପି ଏକାଠି ନିର୍ବାଚନ ଲଢ଼ିଥିଲେ । ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ଗତ ନିର୍ବାଚନରେ ଜେଡିୟୁ ଓ ବିଜେପି ୧୭ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଥିଲେ । ୧୭ ଆସନରେ ବିଜେପି-୧୬ ଆସନରେ ଜେଡିୟୁ ଜିତିତିଲା ।

ଏନଡିଏରେ ସାମିଲ୍ ହୋଇ ନୀତୀଶ ବିହାରରେ ନୂଆ ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଥିଲେ । ସେତେବେଳେ ନୀତୀଶ କହିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଥିବା ଶୁଭେଚ୍ଚା ଲାଗି ମୋ ତରଫରୁ ଓ ବିହାରବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଉଛି । ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଉଛି । ବିହାରରେ ଏନଡିଏ ମେଣ୍ଟ ନୂଆ ସରକାର ଗଢ଼ିଛି । ଜନତା ହେଉଛନ୍ତି ମାଲିକ, ସେମାନଙ୍କ ସେବା କରିବା ଆମର ମୂଳ ଉଦ୍ଦେଶ୍ୟ । କେନ୍ଦ୍ର ଓ ରାଜ୍ୟରେ ଏନଡିଏ ସରକାର ଥିବାରୁ ବିକାଶମୂଳକ କାର୍ଯ୍ୟକୁ ବଳ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.