ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଟିଏମ୍ କାଉଣ୍ଟର ଭଙ୍ଗାରୁଜା କରିବା ସହ ଲୁଟ୍ ଉଦ୍ୟମ, ଦୁର୍ବୃତ୍ତ ଫେରାର

କେନ୍ଦୁଝର, ୨୫।୨: ଚମ୍ପୁଆ ଥାନା ଅଞ୍ଚଳରେ କ୍ରମଶଃ ବୃଦ୍ଧି ପାଉଛି ଚୋରି, ଲୁଟ୍ ଭଳି ଘଟଣା । ଶନିବାର ପୁଣି ଏକ ଏଟିଏମ୍ ଲୁଟ୍ ଉଦ୍ୟମ ଭଳି ଘଟଣା ସାମ୍ନାକୁ ଆସିଛି । ଗତ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ୪ରୁ୫ ଜଣ ଦୁବୃର୍ତ୍ତ ଏକ ବୋଲେରୋ ଗାଡ଼ିରେ ଆସି ଚିମିଳାଠାରେ ଥିବା ଏସବିଆଇ ଶାଖାର ଏଟିଏମ୍ କାଉଣ୍ଟର ଭଙ୍ଗାରୁଜା କରିବା ସହ ଲୁଟ୍ ଉଦ୍ୟମ କରୁଥିଲେ । ଠିକ୍ ଏତିକିବେଳେ ଭଙ୍ଗାରୁଜା ଶବ୍ଦ ଶୁଣି ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଦ ଭାଙ୍ଗିଯାଇଥିଲା । ସେ ବାହାରେ ଆସି ଦେଖିବା ବେଳକୁ ଏସବିଆଇ ଏଟିଏମ୍ କାଉଣ୍ଟରକୁ କିଛି ଦୃବୃର୍ତ୍ତ ଭଙ୍ଗାରୁଜା କରୁଛନ୍ତି । 

ଠିକ୍ ଏହି ସମୟରେ ଦୁବୃର୍ତ୍ତଙ୍କ ନଜର ସେହି ବ୍ୟକ୍ତିଙ୍କ ଉପରେ ପଡ଼ିଥିଲା । ସେ ତୁରନ୍ତ ସେଠାରୁ ଚାଲିଯିବା ପାଇଁ ତାଙ୍କୁ ହିନ୍ଦୀ ଭାଷାରେ ଧମକ ଦେବା ସହ ଏକ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ । ଭୟରେ ଗ୍ରାମର ସେହି ବ୍ୟକ୍ତି ଜଣକ ସେଠାରୁ ଚାଲିଯିବା ସହ ଗ୍ରାମର କିଛି ଲୋକଙ୍କୁ ଜଣାଇବା ପରେ ଚମ୍ପୁଆ ପୋଲିସକୁ ଖବର ଦିଆଯାଇଥିଲା । ତେବେ ପୋଲିସ୍ ସେଠାରେ ପହଞ୍ଚିବା ବେଳକୁ ଦୁବୃର୍ତ୍ତମାନେ ଏଟିଏମ୍ କାଉଣ୍ଟରରେ ଲାଗିଥିବା ବ୍ୟାଟେରୀଗୁଡ଼ିକୁ ନେଇ ବୋଲେରୋରେ ଫେରାର ହୋଇଯାଇଥିଲେ । 

ସେପଟେ ଦୃବୃର୍ତ୍ତଙ୍କୁ ଧରିବା ପାଇଁ ଚମ୍ପୁଆ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଇଥିଲେ ବି ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଦୁବୃର୍ତ୍ତମାନେ ଗୋଧୂଳି ରାସ୍ତା ଦେଇ ଝାଡ଼ଖଣ୍ଡକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏଟିଏମ୍‌ରେ କେତେ ଟଙ୍କା ରହିଥିଲା ଏବଂ ତାହା ସୁରକ୍ଷିତ ଅଛି ନା ନାହିଁ ତାହା ଜଣାପଡ଼ିନାହିଁ  । ଚମ୍ପୁଆ ପୋଲିସ୍ ଘଟଣାର ତନାଘନା କରିବା ସହ ଦୁବୃର୍ତ୍ତଙ୍କ ସମ୍ପର୍କରେ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ।

  1.  
  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.