ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ସିଏଏ, ଯେକୌଣସି ସମୟରେ ଜାରି ହୋଇପାରେ ବିଜ୍ଞପ୍ତି

ନୂଆଦିଲ୍ଲୀ, ୨୮।୨: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦେଶରେ ସିଏଏ (ନାଗରିକତା ସଂଶୋଧନ ଆଇନ) ୨୦୧୯ କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ରର ସରକାର ବିଜ୍ଞପ୍ତି ଜାରି କରିପାରନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତ ଚାଲିଆସିଥିବା ଅଣ-ମୁସଲିମ ନାଗରିକଙ୍କୁ ଭାରତର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରାଯିବ । ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ବ୍ୟକ୍ତିମାନଙ୍କୁ ଏହି ସୁବିଧା ମିଳିପାରିବ । ସିଏଏକୁ ୨୦୧୯ ଡିସେମ୍ବରରେ ସଂସଦ ଅନୁମୋଦନ କରିଥିଲା ଏବଂ ପରେ ରାଷ୍ଟ୍ରପତି ତାକୁ ମଞ୍ଜୁରି ଦେଇଥିଲେ । କିନ୍ତୁ ଏହାକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖାଦେଇଥିଲା । ତା’ଛଡ଼ା ଏହାର ରୂପରେଖ ପ୍ରସ୍ତୁତିରେ ବିଳମ୍ବ ଘଟିଥିଲା । 

ଯାହାଫଳରେ କେନ୍ଦ୍ର ସରକାର ତାକୁ କାର୍ଯ୍ୟକାରୀ କରିପାରି ନଥିଲେ । ବର୍ତ୍ତମାନ କେନ୍ଦ୍ର ସରକାର ତାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯେକୌଣସି ସମୟରେ ଏଥିନେଇ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି । ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କଲେ ଦେଶରେ ସିଏଏ କାର୍ଯ୍ୟକାରୀ ହେବ । ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବାର ସମ୍ଭାବନା ରହିଛି । ତେଣୁ ତା’ ପୂର୍ବରୁ ମନ୍ତ୍ରଣାଳୟ ଏଥିନେଇ ବିଜ୍ଞପ୍ତି ଜାରି କରିବେ । ବର୍ତ୍ତମାନ ଏହି ଆଇନର ସମସ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି । ସମସ୍ତ ପ୍ରକ୍ରିୟା ଡିଜିଟାଲ ଭାବେ କରାଯିବ । ଭାରତର ନାଗରିକତ୍ୱ ପାଇବାକୁ ହେଲେ ଆବେଦନକାରୀଙ୍କୁ ଡିଜିଟାଲ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ଆବେଦନକାରୀଙ୍କୁ ବିନା ଟ୍ରାଭେଲ ଡକ୍ୟୁମେଣ୍ଟରେ କେବେ ଭାରତ ଆସିଥିଲେ କେବଳ ସେତିକି ତଥ୍ୟଦେବାକୁ ହେବ । 

ଏହା ବ୍ୟତୀତ ଅନ୍ୟ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ ବୋଲି ସୂଚନା ମିଳିଛି । ଗତବର୍ଷ ଡିସେମ୍ବର ୨୭ ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ କି ସିଏଏ ହେଉଛି ଦେଶର ଆଇନ । ଏହାକୁ ଅଧିକ ଦିନ ଅଟକାଇ ରଖାଯାଇପାରିବ ନାହିଁ । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଥିଲେ । କୋଲକାତାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ କି ସିଏଏ କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ । କିନ୍ତୁ ପଶ୍ଚିମବଙ୍ଗ ସରକାର ଏହାକୁ ବିରୋଧ କରିଆସୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.