ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀଘ୍ର ମୃତ୍ୟୁର କାରଣ ହୋଇପାରେ ଚୌକି , ଏହି ଗବେଷଣାର ଫଳ ଜିମ୍ ଯାଉଥିବା ବ୍ୟକ୍ତିଙ୍କର ବଢାଇ ଦେବ ଚିନ୍ତା

ମୁମ୍ୱାଇ : ଚୌକି ଆପଣଙ୍କର ଜୀବନ ନେଇପାରେ। ଏକଥା ନିଶ୍ଚୟ ଆପଣଙ୍କୁ ଅଜବ ଲାଗିପାରେ। କିନ୍ତୁ ଏହା ସତ ଯେ , ଚୌକି ନୁହେଁ , କଥା ହେଉଛି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବାର ଅଭ୍ୟାସ ସାଂଘାତିକ ହୋଇଥାଏ। ଏକ ଗବେଷଣାରେ ଏହା ସାମନାକୁ ଆସିଛି କି ଡେସ୍କରେ ବସି କାମ କରୁଥିବା ବେଳେ ଶୀଘ୍ର ମୃତ୍ୟୁ ମୁଖରେ ପଡ଼ିବାର ୧୬ ପ୍ରତିଶତ ଚ୍ୟାନ୍ସେସ୍‌ ବଢିଯାଏ। ଏହି ଅଧ୍ୟୟନ ତାଇୱାନରେ ହୋଇଥିବା ଜର୍ନାଲ JAMA Network Openରେ ପ୍ରକାଶିତ ହୋଇଛି। ଦୀର୍ଘ ସମୟ ଧରି ବସି ରହୁଥିବା ବ୍ୟକ୍ତିଙ୍କ ଉପରେ ୧୩ ବର୍ଷ ଯାଏ ରିସର୍ତ୍ତର ଫଳ ବାହାରିଛି , ଯାହାକି ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିପାରେ।

ଆପଣ ଯଦି ବାରମ୍ୱାର ଅଧିକ ସମୟ ଯାଏ ବସି ରହୁଛନ୍ତି , ଆଉ ଚଲାବୁଲା କମ୍‌ କରୁଛନ୍ତି ତ ଡ଼ରିବା ବଦଳରେ ସତର୍କ ହେବାର ସମୟ ଏହା। ଅଧିକ ସମୟ ଯାଏ ବସିବାକୁ ନେଇ ହୋଇଥିବା ରିସର୍ଚ୍ଚରେ ୪,୮୧,୬୮୮ ଜଣ ଲୋକ ଭାଗ ନେଇଥିଲେ। ଗବେଷଣାର ଫଳ ବାହାରିଛି କି, ଯେଉଁ ଲୋକ କାମ ସମୟରେ ଲଗାତାର ଚୌକିରେ ବସି ରହନ୍ତି ସେମାନଙ୍କ ଠାରେ କାର୍ଡିଓ ଭାସ୍କୁଲର ଡିଜିଜ୍‌ରେ ମରିବା ଲୋକଙ୍କ ବିପଦ ୩୪ ପ୍ରତିଶତ ଅଧିକ ହୋଇଥାଏ। ସେଠାରେ ଅନ୍ୟ ରୋଗରେ ମରିବାର ବିପଦ ୧୬ ପ୍ରତିଶତ ବଢିଯାଏ।

ପ୍ରକୃତି ମାନବ ଶରୀରକୁ ଚଲାବୁଲା କରିବା ପାଇଁ ଗଠନ କରିଛି। ବ୍ଲୁ ଜୋନ୍‌ରେ ରହୁଥିବା ଲୋକେ ମଧ୍ୟ ବୃଦ୍ଧାବସ୍ଥା ଯାଏ ସକ୍ରିୟ ରହିଥାନ୍ତି ।ତାଙ୍କର ଦୀର୍ଘ ଆୟୁଷର କାରଣରୁ ଗୋଟିଏ ତାଙ୍କର ଚଲାବୁଲା ଯୋଗୁଁ ବୋଲି କୁହାଯାଏ। ଯେବେ ଆମେ ଲଗାତାର ବସି ରହିଥାନ୍ତି ତ ବ୍ଲଡ୍‌ ସୁଗାର , ହାଇବ୍ଲଡ୍‌ ପ୍ରେସର , ମୋଟାପା ଓ ଅଣ୍ଟାରେ ଚର୍ବି ଜମିବାର ବିପଦ ବଢି ଥାଏ। ଏସବୁ ବ୍ୟତୀତ କୋଲେଷ୍ଟ୍ରଲ ବଢିବାର ସମସ୍ୟା ମଧ୍ୟ ହୋଇଥାଏ । ଏସବୁ ଜିନିଷ ହାର୍ଟ ଡିଜିଜ୍‌ ଓ କ୍ୟାନସର ସହ ଜଡ଼ିତ।

ଅଧ୍ୟୟନରୁ ଜଣାପଡ଼ିଛି କି, ଯେଉଁ ଲୋକେ ୮ ଘଣ୍ଟାରୁ ଅଧିକ ସମୟ ଲଗାତାର ବସି କାମ କରିଥାନ୍ତି , ସେମାନଙ୍କ ସ୍ୱାସ୍ଥ୍ୟକୁ ସ୍ମୋକିଂ ଭଳି ବିପଦ ହୋଇଥାଏ। ଯଦି ଆପଣଙ୍କୁ ଲାଗିଥାଏ କି ପୂରା ଦିନ ବସି କାମ କରିବା ପରେ ଜିମ୍‌ରେ ଯାଇ ଝାଳ ବାହାର କରିବା ଆପଣଙ୍କ ସବୁ ଡ୍ୟାମେଜ୍‌ ବାଲାନ୍ସ କରିଦେବ, ଏହା ଭୁଲ୍‌। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ , ଏଣ୍ଡୋକ୍ରାଇନୋଲଜିଷ୍ଟ ଡାକ୍ତର ରାକେଶ କୁମାର ପ୍ରସାଦ କହିଛନ୍ତି କି ମୋଟାପା , କୋଲେଷ୍ଟ୍ରଲ , ହାଇ ବ୍ଲଡ୍‌ ପ୍ରେସର, ଇନଫ୍ଲେମେସନ ଭଳି ସମସ୍ୟା ବଢିବାର ବିପଦ ମହିଳାଙ୍କ ଠାରେ ଅଧିକ ହୋଇଥାଏ। ହେଲେ ବସିବା ଦ୍ୱାରା ଶରୀରରେ କଣ ପ୍ରଭାବ ପଡ଼ିବ , ଏହା ମହିଳା ଓ ପୁରଷଙ୍କ ଠାରେ ଅଲଗା ଅଲଗା ହୋଇପାରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.