ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ପ୍ରମାଣପତ୍ର ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ବର,୨୬।୨ : ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ସୋମବାର ସମ୍ବଲପୁର, ଅନୁଗୁଳ ଓ ଦେବଗଡ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ  ଯୁକ୍ତ-୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଏହି ଜିଲ୍ଲାଗୁଡ଼ିକରେ ନୂଆ-ଓ  ସ୍କଲାରସିପ୍ ବିତରଣ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।  ଏଥିସହ ଏହି ସ୍କଲାରସିପ୍ ବିଷୟରେ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ଯୋଗ୍ୟ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ସାଧାରଣ ବର୍ଗ , ଓବିସି ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ଛାତ୍ରବୃତ୍ତି ରାଶି ୯ ହଜାର ଏବଂ ୧୦ ହଜାର  ଟଙ୍କା ରହିଛି। ସେହିପରି  ଏସି ,ଏସଟି , ନିର୍ମାଣ ଶ୍ରମିକ ଛାତ୍ର ଏବଂ ଛାତ୍ରୀ ପାଇଁ ଯଥାକ୍ରମେ ୧୦ ହଜାର ଓ ୧୧ ହଜାର ଟଙ୍କା ରହିଥିବା ସୂଚନା ଦେଇଥିଲେ।

ସମ୍ବଲପୁର ଜିଲ୍ଲାର ୨୧ ଟି କଲେଜରୁ  ୧୩୪୨୩ ଛାତ୍ରଛାତ୍ରୀ ,  ଅନୁଗୁଳ ଜିଲ୍ଲାର ୨୫ ଟି କଲେଜର ୧୧୨୬୫  ଛାତ୍ରଛାତ୍ରୀ ଏବଂ ଦେଓଗଡ ଜିଲ୍ଲାର ୧୧ ଟି କଲେଜର ୩୪୨୪ ଛାତ୍ରଛାତ୍ରୀ ଆଜି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଛାତ୍ରବୃତ୍ତି ପାଇବେ। ଏହି ତିନୋଟି ଜିଲ୍ଲାର ୨୮,୧୧୨ ଛାତ୍ରଛାତ୍ରୀମାନଙ୍କ ମୋଟ ୨୮୦୦କୋଟି ଟଙ୍କା ମଞ୍ଜୁର ହୋଇଛି । ସେ ଛାତ୍ରଛାତ୍ରୀମାନଙ୍କୁ ନୂଆ-ଓ ସ୍କଲାରସିପ୍ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ ।

ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ ସରକାରଙ୍କ ପରବର୍ତ୍ତୀ ପ୍ରମୁଖ ପଦକ୍ଷେପ ହେଉଛି ନବୀନ ଓଡିଶା ମ୍ୟାଜିକ୍ କାର୍ଡ। ଏହା ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ । ଏହା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ବିକାଶ, ଦକ୍ଷତା ବିକାଶ ଏବଂ ରୋଜଗାରରେ ସାହାଯ୍ୟ କରିବ  । ଯୁବପୀଢୀଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହା ଏକ ପ୍ଲାଟଫର୍ମ ସୃଷ୍ଟି କରିବ। ଏହି କାର୍ଡ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହେବ। ଏହି କାର୍ଡ ବଣ୍ଟନ ଅଗଷ୍ଟ ୧୫ ରେ ହେବ।

ଆହୁରି ପଢନ୍ତୁ : ୧୫ ଜିଲ୍ଲାରେ ୬୭ ଆମ ହସ୍ପିଟାଲ ଉଦଘାଟିତ , ସରକାରୀ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ ଆଣିବ : ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.