ଫିରିଙ୍ଗିଆ,୨୯।୧ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରେଜୁ ପଞ୍ଚାୟତର ସେନିସୁଗା ଗାଁରେ ପଞ୍ଚାୟତ ର ପାହିରେଜୁ ଠାରେ ନୂତନ ଭାବରେ ସ୍ଥାପିତ ହୋଇଥିବା ୯୯ ବ୍ୟାଟାଲିୟନ ବିଏସଏଫ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି I
ଏହି ଶିବିର ରେ ବିଏସଏଫ ତରଫରୁ ପାହିରେଜୁ ପଞ୍ଚାୟତ ଅଧୀନରେ ଥିବା ସେନୀସୁଗା, ଡ୍ରେସରୁ,କୁସ୍ପାଜୁ, ଆଡାବାଲି,କ୍ଲବାସିଙ୍ଗି ଓ ତର୍କଡି ଗ୍ରାମର ଗ୍ରାମବାସୀ ଯୋଗଦେଇଥିଲେ I କ୍ୟାମ୍ପ ର ପାହିରେଜୁ ସରପଞ୍ଚ କେଶବ କହର ଅତିଥି ଭାବରେ ଉପସ୍ଥିତ ଥିବା ବେଳେ ବିଏସଏଫ ତରଫରୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ, ଖେଳାଳି ମାନଙ୍କୁ ଖେଳ ଉପକରଣ ପ୍ରଦାନ କରାଯାଇଥିଲା। ଏଥିସହ ରୋଷେଇ ସାମଗ୍ରୀ, କମ୍ବଳ, ଲୁଙ୍ଗି,ଛତା, ଜୋତା, ଚପଲ, ଲାଇଟ ସହ ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ଉପକରଣ କଣ୍ଟନ କରାଯାଇଥିଲା I ଏହି କ୍ୟାମ୍ପ ମାଧ୍ୟମରେ ବିଏସଏଫ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ଗଠନ ହୋଇପାରିବ ।