ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ସର୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତି ଭାଙ୍ଗିବା ମାମଲାରେ ୧୯ ଗିରଫ, ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ

ଉଜ୍ଜୈନ : ମଧ୍ୟ ପ୍ରଦେଶର ଉଜ୍ଜୈନ ଜିଲ୍ଲାରେ ସର୍ଦାର ବଲ୍ଲଭଭାଇ ପଟେଲ ମୂର୍ତ୍ତିକୁ ଖସାଇବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ , ପୁଲିସ ଏବେସୁଦ୍ଧା ୧୯ ଜଣ ଲୋକଙ୍କୁ ଗିରଫ କରିଛି। କୁହାଯାଉଛି କି , ସଂପୃକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଜଣେ ଅଧିକାରୀ ଶନିବାର କହିଛନ୍ତି, ଗୁରୁବାର ସକାଳେ ମାକଡୋନ ତହସିଲରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ମୂର୍ତ୍ତିକୁ ଖସାଇବା ପରେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ମଧ୍ୟରେ ଝଗଡ଼ା ଲାଗିଥିଲେ ଏବଂ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ପୁଲିସ ମାମଲାରେ ଛାନଭିନ କରୁଛି। 

ଅତିରିକ୍ତ ପୁଲିସ ଅଧିକ୍ଷକ (ଏଏସପି-ଗ୍ରାମୀଣ) ନିତେଶ ଭାର୍ଗଭ କହିଛନ୍ତି କି, ଏହି ସଂଘର୍ଷ ମାମଲାରେ ଏବେସୁଦ୍ଧା ମୋଟ ୧୯ ଜଣ ଲୋକଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଦଙ୍ଗା କରିବା ଓ ଜଣେ ଲୋକ ସେବକଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାରେ ରୋକିବା ପାଇ ଅପରାଧିକ ବଳପ୍ରୟୋଗ କରିବା ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ମାକଡୋନରେ ବଜାର ଖୋଲିଛି। ଟାଉନ୍‌ରେ ସ୍ଥିତି ସାଧାରଣ ରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରିଛି, କିନ୍ତୁ ପୁଲିସ୍ ସତର୍କ ରହିଛି। ସେହି ସ୍ଥିତି ଉପରେ କଡ଼ା ନଜର ରଖିଛି। ବିବାଦୀୟ ସ୍ଥଳରେ ଯଥାସ୍ଥିତି ବଜାୟ ରହିଛି। 

କୁହାଯାଉଛି, ମୂର୍ତ୍ତି ଭାଙ୍ଗିବା ମାମଲାରେ ଉଭୟ ପକ୍ଷର ୫୩ ଜଣ ଲୋକଙ୍କ ଉପରେ ମାମଲା ରୁଜୁ କରାଯାଇଛି। ପୁଲିସ ପଚରାପଚରି ପାଇଁ ୨୨ ଜଣ ଲୋକଙ୍କୁ ହେପାଜତକୁ ନେଇଛି। ଗିରଫଦାରୀ ବିରୋଧରେ ଏସଟି/ ଏସସି ବର୍ଗରୁ ମହିଳାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.