ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କୃଷକ-ଉତ୍ପାଦକ ସଂଗଠନର (FPO) ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ; ଡିସେମ୍ବର ୨ ସୁଦ୍ଧା FPO ଜରିଆରେ ୪୫ହଜାର କୁଇଣ୍ଟାଲ ମକା ସଂଗ୍ରହ

ଭୁବନେଶ୍ୱର,୫/୧୨ : ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡ଼ା ୫୧ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି । ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଏଫ.ପି.ଓର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଓର୍‌ମାସ୍‌ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ଜଣାଯାଇଛି । 

 ସୂଚନାଯୋଗ୍ୟ ଯେ,   ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବ ଏବଂ ଏଥି ମଧ୍ୟରୁ ୧୩ଟି ଗଠିତ ହୋଇସାରିଛି । କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି । ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମକା ମିଶନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡ଼ା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି । ଏହି ମିଶନରେ   ଚାଷୀମାନଙ୍କ ସହ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । 

ସେହିପରି ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ମିଳିଥିବା ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ ଗ୍ରାସ ଚାଷୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍‌ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ଯାହାଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ । କୋରାଫୁଟରେ ଲେମନ୍‌ ଗ୍ରାସ୍‌ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ Horticulture Mission Plus ଅଧିନରେ ୮୪ ହଜାର ଟଙ୍କା ଏବଂ NHM ରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଥିଲା । 

 ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତାଗୁଡିକୁ ୨୬ ଜାନୁୟାରୀ ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ,  କୃଷି ବିଭାଗର ପ୍ରମୁଖ ଶାସନ ସଚିବ  ଅରବିନ୍ଦ  ପାଢୀ ଓ ସମବାୟ   ସଚିବଙ୍କ  ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାଫୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.