ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳାଙ୍କ ସୁଇମ୍ ସୁଟ୍ ପିନ୍ଧି ପୁରୁଷ ମଡେଲ ଦେଲେ ପୋଜ୍, ବିବାଦରେ ଫସିଲା କମ୍ପାନୀ

ନୂଆଦିଲ୍ଲୀ ୨୮/୦୧:  ଅଷ୍ଟ୍ରେଲିଆର ଏକ ସୁଇମୱେର କମ୍ପାନୀ ମୋଆନା ବିକିନିକୁ ସୋସିଆଲ ମିଡିଆରେ ଏବେ ଖୁବ୍‌ ଟ୍ରୋଲ କରାଯାଉଛି । ଏକ ବିଜ୍ଞାପନରେ ଜଣେ ପୁରୁଷ ମଡେଲ୍‌ଙ୍କୁ ମହିଳାଙ୍କ ସୁଇମସୁଟ୍‌ ପିନ୍ଧାଇ ତାର ଫଟୋ ଓ ଭିଡିଓ ପୋଷ୍ଟ କରିବା ପରେ କମ୍ପାନୀକୁ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । 

ଅଷ୍ଟ୍ରେଲିଆର ଫିଟ୍‌ନେସ୍‌ ବ୍ଲଗର କରିନା ଇରବି ଏହାର ମାଲିକ । ମହିଳା ସଶକ୍ତୀକରଣ ସଂପର୍କରେ ଯୁକ୍ତି ଉପସ୍ଥାପନା କରିବା ନେଇ ସେ ପ୍ରସିଦ୍ଧ । ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ଜଣେ ପୁରୁଷ ମଡେଲ ଜ୍ୟାକ୍‌ ୟଙ୍ଗଙ୍କୁ ଧଳାରଙ୍ଗର ଏକ ସୁଇମସୁଟ୍‌ ପିନ୍ଧାଯାଇଥିଲା । ଜ୍ୟାକ୍‌ ସୁଇମସୁଟ୍‌ ପିନ୍ଧି ପୋଜ୍‌ ଦେଉଥିବାର ଫଟୋ ଏବଂ ଭିଡିଓକୁ ବ୍ରାଣ୍ଡର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରାଯାଇଥିଲା । ତେବେ ସେହି ଭିଡିଓ ଭାଇରାଲ୍‌ ହେବାପରେ ଅନେକ ତାକୁ ନାପସନ୍ଦ କରିଛନ୍ତି ।

ବହୁ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଗୋଟିଏ ପଟେ କମ୍ପାନୀର ମାଲିକ ମହିଳା ସଶକ୍ତୀକରଣ କଥା କହିଥାନ୍ତି, ଅନ୍ୟପଟେ କମ୍ପାନୀ ପକ୍ଷରୁ ମହିଳାଙ୍କ ପୋଷାକର ପ୍ରଚାର ଲାଗି ପୁରୁଷମାନଙ୍କୁ ବ୍ୟବହାର କରାଯାଉଛି । ସେପଟେ ବିବାଦ ବଢ଼ିବା ପରେ ବି କମ୍ପାନୀ ପକ୍ଷରୁ ଭିଡିଓକୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରୁ ହଟାଯାଇନାହିଁ । ଏ ସଂପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ମୋଆନା ବିକିନି ଦୀର୍ଘ ବର୍ଷ ହେଲା ସବୁ ଶରୀରକୁ ସଶକ୍ତ କରିଆସୁଛି । ତେଣୁ ମହିଳାଙ୍କ ସୁଇମସୁଟ୍‌ରେ ଜଣେ ପୁରୁଷଙ୍କୁ ଦେଖି କାହାରିକୁ ଆଶ୍ଚର୍ଯ୍ୟ ଲାଗିବା କଥା ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.