ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ପ୍ରାପ୍ତ ଆଦିବାସୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି,୧/୨ :  ରାଜ୍ୟରେ ପ୍ରଥମ ଥର ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାକୁ ସାମିଲ କରାଯାଇଛି । ଜିଲ୍ଲାର ଏକମାତ୍ର ଆଦିବାସୀ ଛାତ୍ର ରାହୁଲ ପଡ଼ିଆମୀ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ଶ୍ରୀ ପଡ଼ିଆମୀ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜିଲ୍ଲାରେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ତାଙ୍କର ଅଗ୍ରଗତିରେ ନିରବଚ୍ଛିନ୍ନ ଉଦ୍ଯମ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅସାଧାରଣ ସାଧନା, ଦୃଢ଼ ନିଷ୍ଠା, ଏକାଗ୍ରତା, ସମୟୋଚିତ ନିଷ୍ପତ୍ତି ତଥା ଶିକ୍ଷା ପାଇଁ ସାରା ରାଜ୍ୟ ଗର୍ବିତ ହୋଇଛି । ରାଜ୍ୟର ଶୈକ୍ଷିକ ବାତାବରଣର ପ୍ରଗତିରେ ତାଙ୍କର ଭୂମିକା ଅତୁଳନୀୟ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ରାହୁଲଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଭୁବନେଶ୍ୱରଠାରେ ଗତ୩୧ ତାରିଖରେ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଛି । 

ରାହୁଲ ଆଜି ମାଲକାନଗିରିଠାରେ ପହଞ୍ଚିବା ପରେ ସେ ଅଧ୍ୟୟନ କରୁଥିବା ଏମଭି୭ ଜଗନ୍ନାଥପଲ୍ଲୀ ହାଇସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟଜନ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ ଇଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ବନବାସୀ ଗବେଷକ ରତ୍ନାକର ଦାଶ ଯୋଗଦେଇ ପୁରସ୍କାର ପ୍ରାପ୍ତ ଛାତ୍ର ରାହୁଲ ପଡ଼ିଆମୀଙ୍କୁ ସମ୍ବର୍ଦ୍ଧନା ଜଣାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହଁ । ଜିଲ୍ଲାରେ ଆଦିବାସୀ ଶିକ୍ଷାର ହାର ବୃଦ୍ଧି ପାଇବ, ରାହୁଲ ପଡ଼ିଆମୀ  ଭଳି ଅନେକ ଛାତ୍ରଛାତ୍ରୀ ଶିକ୍ଷା,କ୍ରୀଡା ଓ ସଙ୍ଗୀତ ନୃତ୍ୟ କ୍ଷେତ୍ରରେ ଏହି ଜିଲ୍ଲାର ଟେକ ରଖିଛନ୍ତି ବୋଲି ଶ୍ରୀ ଦାଶ କହିଥିଲେ । 

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଜୟ ସ୍ୱାଇଁ, ପ୍ରମୋଦ ମିଶ୍ର, ଜଗନ୍ନାଥ ସାହୁ, ଜଗଦୀଶ ମାଟାମ, ସନ୍ତୋଷ ମହାପାତ୍ର ଶିକ୍ଷୟିତ୍ରୀ ସଂକୁନ୍ତଳା ସ୍ୱାଇଁ, ଦିପୁ ବୈରାଗୀ ପ୍ରମୁଖ ଶିକ୍ଷ ଶିକ୍ଷୟିତ୍ରୀ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜଗନ୍ନାଥପଲ୍ଲୀ ହାଇସ୍କୁଲର ୨୦୨୩ମାଟ୍ରିକ ବ୍ୟାଚ୍ ଛାତ୍ର ଶ୍ରୀ ପଡ଼ିଆମୀ ଜଣେ ଶିକ୍ଷା ,କ୍ରୀଡା,ଅନ୍ୟାନ୍ୟ କ୍ଷେତ୍ରରେ ଉଲେକ୍ଷନିୟ ସଫଳତା ହାସଲ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ପରିବାର ହୋଇଥିଲେ ମଧ୍ୟ ତାଙ୍କର ପାଠ ପଢ଼ାର ଆଗ୍ରହ ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷ ମାନେ ସବୁକ୍ଷେତ୍ର ରେ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଶିକ୍ଷା ପୁରସ୍କାର ଲାଭ କରିଥିବାରୁ ବିଦ୍ୟାଳୟ କମିଟି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ଖୁସି ହୋଇ ରାହୁଲ କୁ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.