ଭୁବନେଶ୍ୱର,୦୭/୧୧: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି ଦାବି ନେଇ ଆନ୍ଦୋଳନ କରିବ କଂଗ୍ରେସ । ଦଳ ପକ୍ଷରୁ ଆସନ୍ତା ନଭେମ୍ୱର ୯ ତାରିଖ ସକାଳ ୯ରୁ ଦିନ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମ୍ୟୁନିସିପାଲଟି ଓ ମହାନଗରରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ଜାଳି "ସଂକ୍ରୀର୍ତ୍ତନ ସତ୍ୟାଗ୍ରହ' କରାଯିବ । ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୟୁନିଟ-୫ରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ପ୍ରଦୀପ ଜାଳି ସଂକୀର୍ତ୍ତନ ସତ୍ୟାଗ୍ରହ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଛନ୍ତି ଯେ, ଏହି ସଂକୀର୍ତ୍ତନ ସତ୍ୟାଗ୍ରହରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା, କର୍ମକର୍ତ୍ତା, ଜିଲ୍ଲା ସାମୁଖ୍ୟ ଓ ପ୍ରକୋଷ୍ଠର ନେତା, ଜଗନ୍ନାଥ ପ୍ରେମୀ, ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କୁ ଯୋଗଦେବା ପାଇଁ ଶ୍ରୀ ଦାସ ନିବେଦନ କରିଛନ୍ତି। ଜିଲ୍ଲା କଂଗ୍ରେସର ମୁଖପାତ୍ର ଜୟଶ୍ରୀ ପାତ୍ର କହିଛନ୍ତି, ଏହି ଦାବିଗୁଡିକ ପୂରଣ ନ ହେଲା ପର୍ଯ୍ୟନ୍ତ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ।