ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାୟଗଡ଼ାରେ ସମାବେଶ କରିବ କଂଗ୍ରେସ, ଯୋଗ ଦେଇପାରନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ୱର, ୦୪/୦୩ : ଯେବେ ଯେବେ ଆଦିବାସୀ ଭୋଟ ବ୍ୟାଙ୍କ କଂଗ୍ରେସ ସପକ୍ଷରେ ରହିଛି, ସେହି ସମୟରେ କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । ତେଣୁ କଂଗ୍ରେସ ପୁଣି ଥରେ ରାଜ୍ୟରେ ଭଲ କରିବାକୁ ଆଦିବାସୀ ଭୋଟ ବ୍ୟାଙ୍କକୁ ଗୁରୁତ୍ୱ ଦେଉଛି । ଆଦିବାସୀଙ୍କ ପ୍ରତି ହେଉଥିବା ଶୋଷଣ ଓ ସେମାନଙ୍କ ଅଧିକାର ପାଇଁ ଲଢିବ ବୋଲି ଦଳ ଆହ୍ୱାନ ଦେଇଛି । ଚଳିତମାସ ଶେଷ ସୁଦ୍ଧା ରାୟଗଡ଼ାରେ ରାଜ୍ୟସ୍ତରୀୟ ସମାବେଶ କରାଯିବ । ଏହି ସମାବେଶରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଜୟରାମ ପାଙ୍ଗି କହିଛନ୍ତି । ରାଜ୍ୟ ଆଦିବାସୀ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ସୂଚନା ଦିଆଯାଇଛି। 

ବୈଠକରେ ଯୋଗ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟର ଆଦିବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର । ୨୪ ବର୍ଷର ନିରନ୍ତର ସରକାରରେ ଆଦିବାସୀମାନେ ଅବହେଳିତ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସବୁ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇନାହିଁ । ଯେଉଁ କିଛି ଜଣଙ୍କୁ ପଟ୍ଟା ଦିଆଯାଇଛି, ଚିହ୍ନଟ କରି ହସ୍ତାନ୍ତର କରାଯାଇନାହିଁ । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପେସା ଆଇନ୍‌ ଲାଗୁ ହେବା ସହ ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ଆଦିବାସୀ କଂଗ୍ରେସ ତରଫରୁ ସବୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟସହ ପ୍ରଭାରୀ ଖ୍ରୀଷ୍ଟଫର ତିଲ୍ଲକ, ବବିତା ଶର୍ମା, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବିଧାୟକ ଦାଶରଥି ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ୱମ, ହାରାବତୀ ଗଣ୍ଡ, ପ୍ରମୋଦ ମାଝୀ, ଅମିତା ବିଶ୍ୱାଳ, ବିନୋଦ ବିହାରି ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.