ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୬/୦୨: କେନ୍ଦ୍ରର  ବିଜେପି ଓ ରାଜ୍ୟର ବିଜେଡି ସରକାରର  ବିଫଳତା ବିରୋଧରେ ଅସନ୍ତୋଷ  ତେଜିବାରେ ଲାଗିଛି । ୨୪ ବର୍ଷ ଶାସନ  ପରେ ମଧ୍ୟ ରାଜ୍ୟର ମୌଳିକ ସମସ୍ୟା  ସମାଧାନ ହୋଇପାରିନି । ତେଣୁ ସୋମବାର  ୧୧ଟାରେ ରାଜ୍ୟ ସଚିବାଳୟ (ଲୋକସେବା  ଭବନ) ଘେରାଉ କରିବ କଂଗ୍ରେସ । ପିସିସି  ସଭାପତି ଶରତ ପଟ୍ଟନାୟକ ଏଭଳି  ଚେତାବନୀ ଦେଇଛନ୍ତି । ଏହି ଘେରାଉରେ  ହଜାର ହଜାର କଂଗ୍ରେସ କର୍ମୀ ଯୋଗ  ଦେବେ । ବିଶାଳ ଶୋଭାଯାତ୍ରାରେ କଂଗ୍ରେସ  ଭବନରୁ ବାହାରି ଲୋୟର୍‌ ପିଏମ୍‌ଜି ହୋଇ  ଲୋକସେବା ଭବନ ଅଭିମୁଖେ ଯିବ ବୋଲି  ଶ୍ରୀ ପଟ୍ଟନାୟକ କହିଛନ୍ତି । 

ପିସିସି ସଭାପତି  କହିଛନ୍ତି, ରାଜ୍ୟର ସବୁ ବ୍ଲକକୁ ଏ ପର୍ଯ୍ୟନ୍ତ  ଜଳସେଚନ ସୁବିଧା ମିଳିପାରିଲା ନାହିଁ ।  ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ  ହୋଇପାରୁନି । ଚାଷୀଙ୍କୁ ଧାନର ସର୍ବନିମ୍ନ  ସହାୟକ ମୂଲ୍ୟ ୨୯୩୦ ଟଙ୍କା ମିଳିପାରୁନି ।  ରାଜ୍ୟରେ ୧ଲକ୍ଷ କୋଟି ଟଙ୍କାର ଖଣି  ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର  ଚିଟଫଣ୍ଡ ଦୁର୍ନୀତି, ପାନୀୟଜଳ ଯୋଗାଣରେ  ୩୩ ହଜାର କୋଟିର ଠିକା ଦୁର୍ନୀତି,  ବିଦ୍ୟୁତ୍‌ ସେବା ଭିତ୍ତିଭୂମି ଆଳରେ ୩୫  ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ  ଆସିଉି । ଏସବୁ ଦୁର୍ନୀତି ପ୍ରତିବାଦରେ  ଆସନ୍ତାକାଲି ବ୍ୟାପକ ଆନ୍ଦୋଳନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.