ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘କ୍ରୁ’ର ପ୍ରଥମ ଟିଜର୍‌ ରିଲିଜ୍‌, ୩ ଅଭିନେତ୍ରୀଙ୍କ ଗ୍ଲାମର୍-କମେଡି ଦେଖିବେ ସିନେପ୍ରେମୀ

ମୁମ୍ବାଇ ୨୫/୦୨: କରୀନା କପୁର, କ୍ରିତି ସାନନ୍‌ ଓ ତବୁ ଷ୍ଟାରର୍‌ ‘କ୍ରୁ’କୁ ନେଇ ଏବେ ସିନେ ଜଗତରେ ଖୁବ୍‌ ଚର୍ଚ୍ଚା । ନିକଟରେ ଫିଲ୍ମକୁ ରିଲିଜ୍‌ ତାରିଖ ମିଳିଛି । ୩ ଅଭିନେତ୍ରୀ ଫାର୍ଷ୍ଟ ଲୁକ୍‌ ଶେୟାର କରି ଦର୍ଶକଙ୍କୁ ଫିଲ୍ମର ଝଲକ୍‌ ଦେଇଥିଲେ । ଏବେ ଫିଲ୍ମର ପ୍ରଥମ ଟିଜର୍‌ ସାମ୍ନାକୁ ଆସିଛି । ଏଥିରେ କରୀନା, କ୍ରିତି ଓ ତବୁଙ୍କ ଭିନ୍ନ ଅନ୍ଦାଜ୍‌ ଦେଖିବାକୁ ମିଳିଛି । ଏଇଟି ବ୍ୟବସାୟିକ ପାରିବାରିକ ମନୋରଞ୍ଜନଧର୍ମୀ ଫିଲ୍ମ ହେବ । ଏଥିରେ ୩ ନାୟିକା ଏୟାରହୋଷ୍ଟେସ୍‌ ଭୂମିକାରେ ଅଭିନୟ କରିଛନ୍ତି ।

ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା, ଯେଉଁଥିରେ ସେମାନଙ୍କ କ୍ଲାସି ଲୁକ୍‌ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ କୌତୁହଳ ବଢ଼ିଛି । ଫିଲ୍ମର ଟ୍ୟାଗ୍‌ଲାଇନ୍‌ ରହିଛି ‘ରିସ୍କ ଇଟ୍‌, ଫେକ୍‌ ଇଟ୍‌, ଷ୍ଟିଲ୍‌ ଇଟ୍‌’ । ଏହା ଦର୍ଶକଙ୍କୁ ରୋମାଞ୍ଚକର ଯାତ୍ରାର ଅନୁଭବ ପ୍ରଦାନ କରିବ ବୋଲି ଟିଜର୍‌ରୁ ଜଣାପଡୁଛି । ଏୟାର ହୋଷ୍ଟେସ୍‌ ଚାକିରିରେ ବିରକ୍ତ ହୋଇ କରୀନା, ତବୁ ଓ କ୍ରିତି ଚୋରି ଓ ହଙ୍ଗାମା କରୁଥିବା ଟିଜର୍‌ରେ ନଜର ଆସିଛନ୍ତି । ସେମାନେ ଚାକିରି ଛାଡ଼ି ଅନ୍ୟ କିଛି କରିବାକୁ ଚାହୁଁଛନ୍ତି । କିନ୍ତୁ ନ କରି ପାରିବାରୁ ନିଜେ ନିଜର ଭାଗ୍ୟ ଡୋରିକୁ ହାତକୁ ନେଇଛନ୍ତି । ତିନିଜଣ ନିଜ ଜୀବନରେ ପୁରୁଷଙ୍କୁ ନେଇ ମଧ୍ୟ ଖୁବ୍‌ ଦୁଃଖୀ ଅଛନ୍ତି । ଟିଜର୍‌ରେ ଦିଲଜିତ ଦୋସାଂଝ ଓ କପିଲ ଶର୍ମାଙ୍କ ଝଲକ୍‌ ଦେଖିବାକୁ ମିଳିଛି । 




ଫିଲ୍ମର ଫାର୍ଷ୍ଟ ଲୁକ୍‌ରେ ତିନି ନାୟିକା ଏୟାରହୋଷ୍ଟେସ୍‌ ୟୁନିଫର୍ମରେ ନଜର ଆସିଥିଲେ । ଭିଡିଓ ପ୍ରଚ୍ଛଦରେ ‘ଚୋଲି କେ ପିଛେ କ୍ୟା ହୈ’ ଗୀତର ମ୍ୟୁଜିକ୍‌ ଶୁଣିବାକୁ ମିଳିଥିଲା । ମନୋରଞ୍ଜନରେ ଭରପୂର ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଥିଏଟରକୁ ଆସିବ । ଏକତା କପୁର, ଶୋଭା କପୁର, ରିୟା କପୁର ଓ ଅନିଲ କପୁରଙ୍କ ଝଲକ୍‌ ଏଥିରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଲେଖିଛନ୍ତି ନିଧି ମେହରା ଓ ମେହୁଲ ସୂରୀ । ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ କୃଷ୍ଣନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.