ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀରେ ସାଇକେଲ ଚାଳନା ପ୍ରତିଯୋଗିତା, ପ୍ରଥମ ୧୦ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ଅର୍ଥରାଶି ପ୍ରଦାନ

ଭୁବନେଶ୍ୱର, ୧୧।୨: ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ ପକ୍ଷରୁ ସାଇକେଲ ଚାଳନା ପ୍ରତିଯୋଗିତା ।  ରାଜ୍ୟର ଏକମାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ସାଇକେଲ ଚାଳନା କ୍ରମାଗତ ଷଷ୍ଠ ବର୍ଷ ପାଇଁ ଏହାର ଫ୍ଲାଗସିପ୍ ଇଭେଣ୍ଟ ଗୋଲ୍ଡେନ ଟ୍ରାଏଙ୍ଗଲ ସାଇକ୍ଲିଂ ଚାମ୍ପିଅନସିପ୍ (ଜିଟିସିସି) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଉଦୀୟମାନ ସାଇକେଲ୍ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆୟୋଜିତ ଜିଟିସିସିର ଷଷ୍ଠ ସଂସ୍କରଣରେ ୧୨ଟି ରାଜ୍ୟରୁ ୧୦୦ରୁ ଅଧିକ ସାଇକେଲ ଚାଳକ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ରେସିଂ କରିଥିଲେ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏବଂ ଏଚଡିଏଫସି ବ୍ୟାଙ୍କର ଉପସଭାପତି ଅନନ୍ତ ପଟ୍ଟନାୟକ ସକାଳ ୬.୩୦ରେ ଧଉଳି ଶାନ୍ତି ପାଗୋଡ଼ା ପାଦଦେଶରେ ଥିବା ଅଶୋକ ସ୍ତମ୍ଭରୁ ଏହି ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

ଚଳିତ ବର୍ଷ ପଶ୍ଚିମବଙ୍ଗ, ପଞ୍ଜାବ, ହରିୟାଣା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଲ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ୧୧ଟି ରାଜ୍ୟରୁ ୪୦ ଜଣ ପେସାଦାର ସାଇକେଲ ଚାଳକ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୁଇ ବିଦେଶୀ ନାଗରିକ (ଅଷ୍ଟ୍ରିଆ ଏବଂ ଦକ୍ଷିଣ ଆଫ୍ରିକା) ମଧ୍ୟ ଅଂଶଗ୍ରହଣ କରିଥିଲେ । ପଲଟନ୍ ଆଗକୁ ବଢ଼ିବା ସାଙ୍ଗକୁ ବାଇକ୍ ମାର୍ଶାଲ୍ ଏବଂ ପୁଲିସ ପାଟ୍ରୋଲିଂ ସହିତ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ରାସ୍ତାରେ ଗଡ଼ି ଚାଲିଥିଲା । 

ସେହିପରି ବିସିଏସି ପକ୍ଷରୁ ବିଭିନ୍ନ ବୟସ ବର୍ଗରେ ପ୍ରଥମ ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି । ସମସ୍ତ ଫିନିସରଙ୍କୁ ରେସ୍ ମେଡାଲ ଓ ଡିଜିଟାଲ ରେସ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଚାମ୍ପିୟନସିପରେ ପଞ୍ଜାବର ମଞ୍ଜିତ୍ ସିଂହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ମହାରାଷ୍ଟ୍ରର ହନୁମାନ ଯଶୋବନ୍ତ ଚୋପାଡ଼େ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ସେହିପରି ପଞ୍ଜାବର କ୍ରିଷ୍ଣା ନାୟକୋଡ଼ି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ବିସିଏସି ପୂର୍ବରୁ ମଧ୍ୟ ମେଘା ସାଇକେଲିଂ ଇଭେଣ୍ଟ ଅୟୋଜନ କରି ସାରିଛି । ଯେମିତିକି ଭିଏତନାମା ରୁ କାମ୍ବୋଡିଆ, ଭୁବନେଶ୍ବରରୁ ଭୁଟାନ୍, କଟକରୁ କାଠମାଣ୍ଡୁ । ସେହିପରି ମନାଲି, ଶ୍ରୀଲଙ୍କା ଆଦି ସ୍ଥାନ ମାନଙ୍କରେ ଆଡଭେନସର ଆକ୍ଟିଭିଟି ମାନ କରି ରେକର୍ଡ କରିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.