ମୁମ୍ୱାଇ – ପ୍ରଥମେ ପଠାନ ଓ ଏବେ ଯବାନ... ଶାହରୁଖ ଖାନଙ୍କର ପାଖାପାଖି ପ୍ରତି ଫିଲ୍ମରେ ଦୀପିକା ପାଦୁକୋଣ ରହିଥାନ୍ତି। କିଛି ଫିଲ୍ମରେ ଦୀପିକାଙ୍କର କେମିଓ ରୋଲ ଥାଏ ତ କିଛି ଫିଲ୍ମରେ ସେ ଲିଡ୍ରେ ନଜର ଆସିଥାନ୍ତି। କିନ୍ତୁ ଏମିତି କାହିଁକି ହୋଇଥାଏ ? ଯାହାକି ଏବେ ପ୍ରଶଂସକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମୀକରଣ ପଛରେ କଣ ରହିଛି ରହସ୍ୟ ? ଏହି କଥାର ଖୁଲାସା ନିଜେ ଦୀପିକା ପାଦୁକୋଣ କରିଛନ୍ତି।
ଖାଲି ଏତିକି ନୁହେଁ , ସେ ନିଜର ଓ ଶାହରୁଖ ଖାନଙ୍କ ସଂପର୍କ ଉପରେ ବି ଖୋଲି କରି କହିଛନ୍ତି । ଆସନ୍ତୁ ସେ ବିଷୟରେ ଜାଣିବା।
ଏହାସହ ମଧ୍ୟ ପଢ଼ନ୍ତୁ -‘ଯବାନ’ ଦେଖି ପାକିସ୍ତାନୀ ଅଭିନେତାଙ୍କ ପ୍ରତିକ୍ରିୟା , ଟ୍ୱିଟ୍ କରି କହିଲେ – ଶାହରୁଖଙ୍କ ପାଖରେ ଦେବାକୁ ଏବେବି ...
ଦୀପିକା ପାଦୁକୋଣଙ୍କୁ ସାକ୍ଷାତକାର ବେଳେ ପଚରା ଯାଇଛି କି , ଆପଣ ଓ ଶାହରୁଖ ଖାନ ଏକାଠି ୫ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି। ସବୁ ଫିଲ୍ମ ହିଟ୍ ହୋଇଛି। ଏଥିରେ ପ୍ରଶଂସକ ଆପଣଙ୍କୁ ଶାହାରୁଖ ଖାନଙ୍କ ଲକି ଚାର୍ମ ଡାକୁଛନ୍ତି। ଏହା ଉପରେ ଦୀପିକା ଦ ୱିକ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି , ଶାହରୁଖ ଓ ମୁଁ .. . ଆମେ ଦୁହେଁ ପରସ୍ପର ଉପରେ ବହୁତ ଭରସା କରିଥାଉ । ଆମେ ଦୁହେଁ ପରସ୍ପରକୁ ବହୁତ ସମ୍ମାନ ମଧ୍ୟ କରିଥାଉ । ବୋଧହୁଏ ଏଥିପାଇଁ ମୁଁ ସେହି କିଛି ଲୋକଙ୍କ ମଧ୍ୟରେ ଜଣେ ଯାହାଙ୍କ ସାମନାରେ ଏତେ ଓପନ ହୋଇପାରିଛି। ଆମର ସଂପର୍କ ଲକ୍ ଠାରୁ ଆହୁରି ଅଧିକା ।
ମନେପକାଇ ଦେଉଛୁ କି ଦୀପିକା ପାଦୁକୋଣ ନିଜ କ୍ୟାରିୟରର ପ୍ରାରମ୍ଭ ମଧ୍ୟ ଶାହରୁଖ ଖାନଙ୍କ ସହ ହିଁ କରିଥିଲେ। ସେ ନିଜର ପ୍ରଥମ ଫିଲ୍ମ ଓମ୍ ଶାନ୍ତି ଓମ୍ରେ ଶାହରୁଖ ଖାନଙ୍କ ସହ ନଜର ଆସିଥିଲେ।