ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଡିରେ କେଜ୍ରିୱାଲ୍ ହାଜର ପୂର୍ବରୁ ଆପର ଆଉ ଜଣେ ମନ୍ତ୍ରୀ ରାଜକୁମାରଙ୍କ ଘରେ ରେଡ୍, ୯ଟି ସ୍ଥାନରେ ଚାଲିଛି ଛାନଭିନ୍

ନୂଆଦିଲ୍ଲୀ, ୦୨/୧୧: ଆପ୍ ତଣ୍ଟିରେ କଣ୍ଟା ହୋଇ ଫୁଟିଛି ଦିଲ୍ଲୀ ମଦ ନୀତି ମାମଲା । ପ୍ରଥମେ ମାମଲାରେ ଇଡି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା । ଏବେ ଉକ୍ତ ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଇଡିରେ ହାଜର ହେବାକୁ ଯାଉଥିବା ବେଳେ ଆପର ଅନ୍ୟ ଜଣେ ମନ୍ତ୍ରୀ ଆନନ୍ଦକୁମାରଙ୍କ ଘରେ ରେଡ୍ ହୋଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦଙ୍କ ଘରେ ଚଢ଼ାଉ କରାଯାଇଛି । ମନ୍ତ୍ରୀଙ୍କ ସିଭିଲ୍ ଲାଇନ୍ସରେ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ାଉ କରିଛି ଇଡି । ସୂଚନା ଅନୁସାରେ, ଇଡି ରାଜକୁମାରଙ୍କ ବାଣିଜ୍ୟ ସମ୍ପର୍କିତ ମାମଲାରେ ରେଡ୍ କରିଛି ।

ଗାଜାର ଜାବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୧୯୫ ଫିଲିସ୍ତିନ୍ ମୃତ

ସୂତ୍ର ଅନୁସାରେ, ରାଜକୁମାର ଆନନ୍ଦ ହୱାଲା କାରବାରରେ ସାମିଲ୍ ସନ୍ଦେହ କରାଯାଉଛି । ଏହି ଚଢ଼ାଉ ସୀମା ଶୁଳ୍କ ସହ ଜଡ଼ିତ ବୋଲି କୁହାଯାଉଛି । ୨୦୨୦ ମସିହାରେ ପ୍ରଥମ ଥର ଲାଗି ପଟେଲ ନଗର ଆସନରୁ ବିଧାୟକ ହୋଇଥିଲେ ରାଜକୁମାର ଆନନ୍ଦ । ରାଜକୁମାରଙ୍କ ପତ୍ନୀ ବୀନା ଆନନ୍ଦ ମଧ୍ୟ ଏହି ଆସନରୁ ବିଧାୟିକା ଥିଲେ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୌତମ ପାଲଙ୍କ ସ୍ଥାନରେ ରାଜକୁମାର ଆନନ୍ଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲା । 

ଆଜି କେଜ୍ରିୱାଲଙ୍କୁ ଜେରା

ଦିଲ୍ଲୀ ମଦ ନୀତି ମାମଲାରେ ଆଜି ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ । ଦିନ ୧୧ଟାରେ ଇଡି ଜେରା ଲାଗି କେଜ୍ରିୱାଲଙ୍କୁ ଡାକିଛି । ଏହି ମାମଲାରେ ଗତ ଏପ୍ରିଲ୍ ୧୬ରେ କେଜ୍ରିୱାଲଙ୍କୁ ଜେରା କରିଥିଲା ଇଡି । ମଦ ନୀତି ମାମଲାରେ ଇଡି ପୂର୍ବରୁ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କୁ ଗିରଫ କରିଛି । ୯ ମାସ ପରେ ପୁଣି ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ଡାକିଥିବାରୁ ଗିରଫ ଆଶଙ୍କା କରିଛି ଆପ୍ ।

ମଣିପୁରରେ ହିଂସା ପରେ ଇମ୍ଫାଲରେ ପୁଣି କର୍ଫ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥାନା ପୋଡ଼ିଦେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.