ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ଏସଟିଏଫ୍‌ର ଗଠନ , ଲାଗୁ ହେବକି ଦୃଢ ପ୍ରତିବନ୍ଧକ ?

ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀ ଏବେ ସଙ୍ଗିନ ସ୍ଥିତିରେ। ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଅତିକ୍ରମ କରି ଥିବା ରେକର୍ଡ କରାଯାଇଛି। ଦିଲ୍ଲୀବାସୀଙ୍କୁ ଆଖିରେ ଜ୍ୱଳନ , ନିଶ୍ୱାସ ନେବାରେ ସମସ୍ୟା ସମେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପ୍ରଦୂଷଣର ପ୍ରଭାବରେ ଦିଲ୍ଲୀରେ ଗ୍ରେଡେଡ ରିସ୍ପନ୍ସ ଆକ୍ସନ ପ୍ଲାନ (ଜିଆରଏପି)ର ୪ଟି ପର୍ଯ୍ୟାୟ ଲାଗୁ କରି ଦିଆ ଯାଇଛି। ଏଥିରେ ଗୁରୁବାର ଦିଲ୍ଲୀ ସରକାର ପ୍ରଦୂଷଣକୁ ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ( ଏସଟିଏଫ)ର ଗଠନ କରାଯାଇଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହା ଘୋଷଣା କରି କହିଛନ୍ତି ଏସଟିଏଫର କାମ ବିଷୟରେ ଜଣାଇଛନ୍ତି। 

ଗୋପାଳ ରାୟ କହିଛନ୍ତି , ଏବେ ଯେଉଁ ସ୍ଥିତି ଦେଖିବାକୁ ମିଳିଛି ଏଥିରେ ଏହା ସମ୍ଭାବନା ସୃଷ୍ଟି ହୋଇଛି କି ଆଗାମୀ ୨-୩ ଦିନ ଯାଏ ଏକ୍ୟୁଆଇ ବହୁତ ଖରାପ ଶ୍ରେଣୀରେ ରହିବାକୁ ଯାଉଛି। ଆଗାମୀ ଦୁଇ ଦିନ ଯାଏ ବାୟୁର ଗତି କମ୍‌ ରହିବ। ଏହି ସ୍ଥିତିରେ ପ୍ରଦୂଷଣର ସ୍ଥିତି ବହୁତ ଖରାପ ରହିଛି। ଏହାକୁ ଦେଖି ଆମେ ଆଜି ଏକ ୬ ସଦସ୍ୟ ବିଶିଷ୍ଟ ବିଶେଷକାର୍ଯ୍ୟ ବାହିନୀ (ଏସଟିଏଫ)ର ଗଠନ କରିଛୁ। 

ଉଲ୍ଲେଖନୀୟ ଯେ , ଦିଲ୍ଲୀରେ ଜିଆରଏପିର ୪ ପର୍ଯ୍ୟାୟର ନିୟମ ଲାଗୁ ହୋଇଛି। ଏହି ଅନୁସାରେ , ଦିଲ୍ଲୀବାସୀଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲାଗୁ କରାଯାଇଛି। ଗୋପାଳ ରାୟ ଏସଟିଏଫର ଗଠନ କରି ଘୋଷଣା କରି କହିଛନ୍ତି , ଯେଉଁ ଜିଆରଏପିର ନିୟମ ଅଛି , ଏହାକୁ ସ୍ଥଳ ସ୍ତରରେ ଲାଗୁ କରିବା ଓ ନିୟମର ଅନୁଧ୍ୟାନକୁ ଆହୁରି ଦ୍ରୁତ କରିବାକୁ ଏସଟିଏଫର ଗଠନ କରାଯାଇଛି । 

Copyright © 2022 - Summa Real Media Private Limited. All Rights Reserved.