ନୂଆଦିଲ୍ଲୀ,୧୧/୦୯: ପାୱାର ପଏଣ୍ଟର ସହ ସ୍ରଷ୍ଟା ତଥା ପ୍ରମୁଖ ଡେଭଲପର ଡେନିସ ଅଷ୍ଟିନଙ୍କର ଲସ୍ ଆଲତୋସ, କାଲିଫର୍ନିଆସ୍ଥିତ ବାସଭବନରେ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ସେ କ୍ୟାନସରରେ ପୀଡିତ ଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ସେ ଡିଗ୍ରୀ ହାସଲ କରିଥିଲେ ।
ସଫ୍ଟୱେର ଡେଭଲପର ଭାବେ କାମ କରିବା ଆଗରୁ ଏମ୍ଆଇଟି, ୟୁସି ସାନ୍ତା ବାର୍ବାରା ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ସେ ଶିକ୍ଷାଲାଭ କରିଥିଲେ । ଫୋରଥଟ ନାମକ ସଫ୍ଟୱେର କମ୍ପାନିରେ ସେ ଯୋଗ ଦେବା ସହ ପାୱାର ପଏଣ୍ଟ ବିକାଶର ପ୍ରମୁଖ ପୁରୋଧା ଥିଲେ । ୧୯୮୭ରେ ଏହି କମ୍ପାନି ପାୱାରପଏଣ୍ଟ ସଫ୍ଟୱେର ବିକଶିତ କରିଥିଲା । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ମାଇକ୍ରୋସଫ୍ଟ କ୍ରୟ କରିନେଇଥିଲା । ଡେଭଲପର ଭାବେ ସେ ୧୯୮୫ରୁ ୧୯୯୬ ଯାଏ କାମ କରିଥିଲେ । ମାଇକ୍ରସଫ୍ଟ ଅଫିସ ଟୁଲରେ ପାୱାର ପଏଣ୍ଟ ଏକ ବହୁଳ ବ୍ୟବହାର କରାଯାଇଥାଏ ।