ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ସଫଳତା ସତ୍ତ୍ୱେ ହୀନମାନ୍ୟତା ଭୋଗୁଥିଲେ ପ୍ରିୟଙ୍କା, ନିଜେ ଖୁଲାସା କଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୫/୧୧ : ଏବେ ହଲିଉଡ୍‌ ତାଙ୍କ ଠିକଣା। ତେବେ ଏକ ସମୟରେ ବଲିଉଡ୍‌ରେ ତାଙ୍କ ରାଜୁତି ଥିଲା। ଯେଉଁ ସମୟରେ ଅଭିନେତାମାନଙ୍କ ବ୍ୟତୀତ ଅଭିନେତ୍ରୀଙ୍କ ନାଁ ଆଗରେ ‘ତାରକା’ ସମ୍ବୋଧନ ବସୁନଥିଲା, ସେହି ସମୟରେ ଅଭିନୟର ପରକାଷ୍ଠା ଦେଖାଇ ନିଜକୁ ସ୍ୱତନ୍ତ୍ର ବୋଲି ପ୍ରମାଣିତ କରିଥିଲେ। ଯେତେବେଳେ ବଲିଉଡ୍‌ରେ ମହିଳାକୈନ୍ଦ୍ରିକ ଫିଲ୍ମର ଜୁଆର ଉଠିବା ଆରମ୍ଭ କରିଥିଲା, ସେହି ସମୟରେ ଗୋଟିଏ ପରେ ଗୋଟିଏ ସେହି ଧରଣର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌। ‘ଫ୍ୟାସନ୍‌’, ‘ସାତ ଖୁନ୍‌ ମାଫ୍‌’, ‘ମେରି କମ୍‌’ ଭଳି ଫିଲ୍ମରେ ପ୍ରିୟଙ୍କା ଦମଦାର୍‌ ଅଭିନୟ କରିଥିଲେ। ବକ୍ସ ଅଫିସ୍‌ ବ୍ୟବସାୟରେ ଲାଭକ୍ଷତି ଚାଲିଥିଲେ ବି ସମାଲୋଚକଙ୍କ ପ୍ରଶଂସା ସାଉଁଟିଥିଲେ ପ୍ରିୟଙ୍କା।


ହଲିଉଡ୍‌ରେ କ୍ୱାଣ୍ଟିକୋ, ସିଟାଡେଲ୍‌ ଭଳି ସିରିଜ୍‌ର ପରିଚିତ ଚେହେରା ହେଉଛନ୍ତି ପ୍ରିୟଙ୍କା। ନିଜେ ଉତ୍ସାହିତ ହୋଇ ଗୋଟିଏ ପରେ ଗୋଟିଏ ମହିଳାକୈନ୍ଦ୍ରିକ ଫିଲ୍ମ ଓ ସିରିଜ୍‌ରେ କାମ କରିଥିଲେ ବି ପ୍ରାୟ ସମୟରେ ସେ ହୀନମାନ୍ୟତାର ଶିକାର ହୋଇଥିଲେ। କିଛିଦିନ ତଳେ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବା ଅବସରରେ ସେ ମୁମ୍ବାଇ ଆସିଥିବା ବେଳେ ଏକଥା କହିଥିଲେ।


ତାଙ୍କ କହିବାଅନୁସାରେ, ମହିଳାକୈନ୍ଦ୍ରିକ ଫିଲ୍ମରେ କାମ କଲା ବେଳେ ମାନସିକ ଚାପ ଅନେକ ଥାଏ। କାରଣ ସେହିଭଳି ଫିଲ୍ମର ସଂଖ୍ୟା ଖୁବ୍‌ କମ୍‌ ହୋଇଥିବା ବେଳେ ଦର୍ଶକଙ୍କ ପ୍ରତ୍ୟାଶା ମଧ୍ୟ ବଢିଯାଏ। ପୁଣି ବକ୍ସ ଅଫିସ୍‌ରେ ସେଭଳି ଫିଲ୍ମ ଭଲ ବ୍ୟବସାୟ ନକଲେ ଅନ୍ୟ ଅଭିନେତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ବି ଥାଏ। ନିଜକୁ ବାରମ୍ବାର ପ୍ରମାଣ କରିବାକୁ ପଡିଥାଏ। ଏସବୁ କାରଣରୁ ସେ ମହିଳାକୈନ୍ଦ୍ରିକ ଫିଲ୍ମରେ ଅଭିନୟ କରି ହୀନମାନ୍ୟତା ଭାଗୁଥିଲେ। ଏବେ ବି ତାଙ୍କ ମନରୁ ସେହି ଦ୍ୱନ୍ଦ ସଂପୂର୍ଣ୍ଣ ଦୂର ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.